ପାଟଣାଗଡ଼: ପାଟଣାଗଡ଼ ବ୍ଲକ ତମିଆଁରୁ ଭଟପାଲି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ ଚାଲିଥିବା ବେଳେ ଗତ ୧୧ ତାରିଖ ସନ୍ଧ୍ୟା ସମୟରେ ଟ୍ରାକ୍ଟର (ଓଆର୍ ୦୩ ଜି ୦୩୮୭)ର ଚାପାରେ ଭଟପାଲି ଗ୍ରାମର ଆଦିବାସୀ କୃଷ୍ଣ ବରିହାଙ୍କ ପୁଅ ନରେଶ (୮)ଙ୍କ ମୃତ୍ୟୁ ହୋଇଥିଲା। ନରେଶଙ୍କୁ ଏହି କାମରେ ବାଳ ଶ୍ରମିକ ଭାବେ ନିୟୋଜିତ କରାଯାଇଥିଲା। ଏହି କାମଟି ବଲାଙ୍ଗୀରର ଠିକାଦାର ସଂଜୟ ଅଗ୍ରଓ୍ଵାଲଙ୍କ ନାମରେ ଥିବା ବେଳେ ପାଟଣାଗଡ ରାମପୁର ସ୍ଥିତ ବଜରଙ୍ଗଲାଲ ଜୈନ ଏବଂ ତାଙ୍କ ପୁଅ ପ୍ରଭାସ ଜୈନ ପେଟି କଂଟ୍ରାକ୍ଟର ଭାବେ କାମ କରୁଛନ୍ତି। ଉଭୟ ବାପ ପୁଅ ଠିକାଦାର ଭଟପାଲି ଗ୍ରାମର ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ମେହେରଙ୍କ ସହ ମିଶି ଆଦିବାସୀ କୃଷ୍ଣ ବରିହାଙ୍କ ସରଳତାର ସୁଯୋଗ ନେଇ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ କିଛି ଟଙ୍କା ଦେଇ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିବା ବେଳେ ମୃତ ନାବାଳକର ବାପା କୃଷ୍ଣ ବରିହା ଗତ ୧୫ ତାରିଖ ଦିନ ସନ୍ଧ୍ୟା ସମୟରେ ଉକ୍ତ ଠିକାଦାର ଏବଂ ତାଙ୍କ ସହଯୋଗୀଙ୍କ ନାମରେ ଏକ ଲିଖିତ ଅଭିଯୋଗ ପାଟଣାଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କଠାରେ କରିଛନ୍ତି। ଏହାକୁ ଲରମ୍ଭା ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ କରିବାର ୫ ଦିନ ଗଡି ଯାଇଥିଲେ ବି ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଛି ନା ଅଭିଯୁକ୍ତ ମାନଙ୍କୁ ଜେରା କରିଛି। ଅଭିଯୁକ୍ତ ମାନେ ପ୍ରମାଣ ମଧ୍ୟ ନଷ୍ଟ କରିବାରେ ଲାଗିଛନ୍ତି। ଠିକାଦାର ଜଣକ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଆଗଧାଡିର ନେତା ହୋଇଥିବାରୁ ପୁଲିସ ହାତ ମାରି ପାରୁନି ବୋଲି ଚର୍ଚ୍ଚା ଧରିଛି। ଏ ବାବଦରେ ପୁଲିସ କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ ତଦନ୍ତ ଚାଲିଛି ବୋଲି ସଫେଇ ଦେଇଛନ୍ତି।
ଟ୍ରାକ୍ଟର ଚାପାରେ ଆଦିବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣା:ଚପାଇବାକୁ ଉଦ୍ୟମ, ବୁଲୁଛନ୍ତି ଅଭିଯୁକ୍ତ
ହାତ ବାନ୍ଧି ବସିଛି ପୁଲିସ
/sambad/media/post_attachments/wp-content/uploads/2018/03/dead-body1-2.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)