କଣ୍ଟାବାଞ୍ଜି: ଟ୍ରେନ ଧକ୍କାରେ ବୃଦ୍ଧ ମୃତ, ମୃତଦେହ ଜବତ କଲା ପୁଲିସ୍‌

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଳ ଫାଟକ ପାଖ ରେଳ ଧାରଣା ନିକଟରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବୃଦ୍ଧ ଜଣକ ହେଲେ ପ୍ୟାରେଲାଲ ସାଗର। ବୃଦ୍ଧ ପ୍ୟାରେଲାଲଙ୍କ ଘର ଛତିଶଗଡ଼ର ଭିଲାଇରେ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ ତାଙ୍କର କିଛି ସଂପର୍କୀୟ ରୁହନ୍ତି । ତେବେ ଘଟଣାର ଖବର ପାଇଁ ଜିଆରପି ପୁଲିଲ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। କଣ୍ଟାବାଞ୍ଜି ଡାକ୍ତରଖାନାରେ ତାହାକୁ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବ ବୋଲି ଜିଆରପି ପୁଲିସ୍‌ ସୁଚନା ଦେଇଛି ।

ତେବେ ବୃଦ୍ଧ ଜଣକ ରେଳ ଧାରଣାରେ କଣ କରୁଥିଲେ ଓ କେଉଁ ଟ୍ରେନ ତାଙ୍କୁ ଧକ୍କା ଦେଇଛି ସେନେଇ ଟିକିନିଖି ତଦନ୍ତ ଆରମ୍ଭ ହୋଇଛି। ତେବେ ଟ୍ରେନ ଧକ୍କା ଯୋଗୁ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜିଆରପି ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର