ଧନ୍ଦାମୁଣ୍ଡା (ସରୋଜ ମିଶ୍ର):ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାଦଦେଶରେ ପ୍ରକୃତିର ସୌନ୍ଦର୍ଯ୍ୟରେ ଭରପୂର ପର୍ଯ୍ୟଟନ ସ୍ଥଳୀ କନ୍ଦରାଭଟା। ଏହି ପର୍ଯ୍ୟଟନସ୍ଥଳୀଟି ସରକାରୀ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ଭଳି ଲାଗୁଛି। ହରିଶଙ୍କର ପୁଣ୍ୟକ୍ଷେତ୍ର ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଥିବା ଏହି ସ୍ଥାନଟି ଅବହେଳିତ ଓ ପରିତ୍ୟକ୍ତ ଅବସ୍ଥାରେ ରହିଛି।
କନ୍ଦରାଭଟାରେ ୩ଟି ପ୍ରାକୃତିକ ଝରଣା ନିରନ୍ତର କୁଲୁକୁଲୁ ଧ୍ୱନି କରୁଛି।, ଯାହା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି। ସ୍ଥାନୀୟ ଲୋକମାନେ କହନ୍ତି ଯେ ବହୁ ବର୍ଷ ପୂର୍ବେ ଏହି ଝରଣା ପାଖରେ ତିନୋଟି ଶିବଲିଙ୍ଗ ଦେଖିବାକୁ ମିଳିଥିଲା। ତେଣୁ ଏହି ସ୍ଥଳ ଜଳ ମହାଦେବ ତଥା ତ୍ରିଲିଙ୍ଗେଶ୍ୱର ନାମରେ ପରିଚିତ। ଏହି ମନ୍ଦିରରେ କନ୍ଧ ସମ୍ପ୍ରଦାୟ ଲୋକମାନେ ନିୟମିତ ପୂଜା ପାଠ କରିଆସୁଛନ୍ତି। ମନ୍ଦିର ପାର୍ଶ୍ୱରେ ଥିବା ଭୈରବୀ ମନ୍ଦିର ମଧ୍ୟ ଅତ୍ୟନ୍ତ ପୁରାତନ। ଏଠାରେ ଲୋକମାନେ ନିଜର ମାନସିକ ପ୍ରାର୍ଥନା କରନ୍ତି ଓ ମନୋକାମନା ପୂରଣ ହେଲେ ବଳି ଦେଇଥାନ୍ତି। ସ୍ଥାନୀୟ ପରମ୍ପରା ଅନୁସାରେ ଭୈରବୀଙ୍କ ଠାରେ ପଶୁ ବଳି ପ୍ରଥା ଆଜି ମଧ୍ୟ ଚାଲିଛି।
କ’ଣ କୁହନ୍ତି ମନ୍ଦିର ପୂଜକ?
ପୂଜକଙ୍କ କହିବା ଅନୁଯାୟୀ, ଏଠାରେ ଜଣେ ବାବା ଏକ ମନ୍ଦିର ମୂଳଦୁଆ ପକାଇ ଥିବା ବେଳେ ଅଧାପନ୍ତରିଆ ପଡ଼ିରହିଥିଲା। ପରେ ପାଟଣା ଚୌହାନ ବଂଶୀୟ ପଟ୍ଟାୟଟ ମହାରାଜ ଅନଙ୍ଗ ଉଦୟ ସିଂହଦେଓଙ୍କୁ ରାତିରେ ସ୍ବପ୍ନରେ ତ୍ରିଲିଙ୍ଗେଶ୍ୱର ମହାଦେବ ଆଦେଶ ଦେଇଥିଲେ ଯେ ଏଠାରେ ଏକ ମନ୍ଦିର ନିର୍ମାଣ କରିବାକୁ। ଅଶୀ ଦଶକରେ ପଟ୍ଟାୟତ ମହାରାଜ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଇଥିଲେ। ଏହି ମନ୍ଦିରର ଗଠନ ଓ ଶିଳ୍ପକଳା ଆଜି ମଧ୍ୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।
ଅବହେଳିତ ପର୍ଯ୍ୟଟନସ୍ଥଳୀ
ପିକନିକ ଋତୁ ଆସିଲେ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିଥାଏ। ଗନ୍ଧମାର୍ଦ୍ଦନ ପାହାଡ଼ର ତଳେ, ଝରଣା ପାଖରେ ବସି ପର୍ଯ୍ୟଟକମାନେ ରୋଷେଇ କରିଥାନ୍ତି। ଶିଶୁମାନେ ଝରଣାରେ ଖେଳୁଥିବା ଦୃଶ୍ୟ ଓ ମନ୍ଦିର ଚାରିପାଖ ଧୂପଧୂଆଁ ମିଶି ଏକ ଅଦ୍ଭୁତ ପରିବେଶ ସୃଷ୍ଟି କରେ। ପିକନିକ ସହ ଧାର୍ମିକ ଯାତ୍ରା ଭାବେ ଏହି ସ୍ଥାନର ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି। ତଥାପି ଏତେ ଆକର୍ଷଣୀୟ ସ୍ଥାନ ହୋଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ଓ ପ୍ରଶାସନଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଏଠାକୁ ଯିବା ପାଇଁ ଭଲ ରାସ୍ତା ନାହିଁ, ବିଶ୍ରାମଗାର ବା ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନାହିଁ। ଫଳସ୍ୱରୂପ ପର୍ଯ୍ୟଟକ ଏଠାକୁ ଆସିବାରେ ଅସୁବିଧା ଅନୁଭବ କରୁଛନ୍ତି।
/filters:format(webp)/sambad/media/media_files/2025/11/09/dhandamunda-2025-11-09-21-37-20.jpg)
ଆହୁରି ପଢ଼ନ୍ତୁ: Nuapada Election: ପୂର୍ବରୁ ସରକାର, ଏବେ ପ୍ରାର୍ଥୀ ଚୋରି ହୋଇଛି: ଅଖିଳେଶ
ଭିତ୍ତିଭୂମି ସୁଦୃଢ଼ ଦାବି
ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି ଯେ ଯଦି ପର୍ଯ୍ୟଟନ ବିଭାଗ ଏହି ସ୍ଥଳୀକୁ ଉନ୍ନତ କରି ସଠିକ ରାସ୍ତା, ବିଶ୍ରାମ ଗାର, ଶୌଚାଳୟ ଓ ଆଲୋକ ବ୍ୟବସ୍ଥା କରେ, ତେବେ ଏହା ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ ହେବ। ସରକାର ଓ ପର୍ଯ୍ୟଟନ ବିଭାଗ ଯଦି ଆବଶ୍ୟକ ଗୁରୁତ୍ୱ ଦିଅନ୍ତି, ତେବେ ଏହି ସ୍ଥାନ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ନିଶ୍ଚିତ ଏକ ଉଜ୍ଜ୍ୱଳ ସ୍ଥାନ ଅଧିକାର କରିପାରିବ।
ଆହୁରି ପଢ଼ନ୍ତୁ: Mother: ଜନ୍ମଦାତ୍ରୀ ମା’ ଦେଢ଼ମାସର ଶିଶୁକନ୍ୟାକୁ ଛାଡ଼ି ଚାଲିଗଲା, ପଡ଼ୋଶୀ ମହିଳା ନେଉଛନ୍ତି ଯତ୍ନ
ଅଦ୍ଭୁତ ଶିବଲିଙ୍ଗ: ଭକ୍ତି ଓ ବିଶ୍ୱାସର ପ୍ରତୀକ
କନ୍ଧରାଭଟା ନିକଟରେ ଅବସ୍ଥିତ ଜଳ ମହାଦେବ ମନ୍ଦିର ଏକ ଅଦ୍ଭୁତ ଧାର୍ମିକ ସ୍ଥଳ ଭାବେ ପରିଚିତ। ଏଠାରେ ପ୍ରାକୃତିକ ଜଳସ୍ରୋତ ମଧ୍ୟରେ ଅବସ୍ଥିତ ଏକ ଅଲୌକିକ ଶିବଲିଙ୍ଗ ରହିଛି ଯାହା ଭକ୍ତମାନଙ୍କ ମଧ୍ୟରେ ଅସୀମ ଆକର୍ଷଣ ରହିଛି। ସ୍ଥାନୀୟ ବିଶ୍ୱାସ ଅନୁସାରେ ଯିଏ ନିଷ୍ଠା, ଭକ୍ତି ଓ ସତ୍ସଙ୍କଳ୍ପ ସହ ଶିବଲିଙ୍ଗକୁ ଛୁଏ, ସେ ମାତ୍ର ତାହାକୁ ଅନୁଭବ କରିପାରେ। ଅନ୍ୟ ଲୋକଙ୍କ ପାଇଁ ଶିବଲିଙ୍ଗ ପାଣି ଭିତରେ ଗୋପନ ଅବସ୍ଥାରେ ରହିଥାଏ। ଏହି ଚମତ୍କାର ଘଟଣାକୁ ଦେଖିବା ଓ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରତିଦିନ ଦୂରଦୂରାନ୍ତରୁ ଭକ୍ତମାନେ ଆସୁଛନ୍ତି। ପ୍ରତିଦିନ ଏଠାରେ ଭକ୍ତମାନଙ୍କ ଭିଡ଼ ଲାଗିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/10/untitled-5-2025-11-10-13-18-58.jpg)