ଦୁଇ ବାଇକ ଧକ୍କା, ଜଣେ ମୃତ, ୨ଗୁରୁତର

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ କର୍ଲାବାହାଲି ଗାଁର ପୂର୍ଣ୍ଣ ମାଝୀ (୪୨)ଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ବାନ୍ଦୁପଲା ଗାଁର ଜିଦେନ୍ଦ୍ର କୁମ୍ଭାର (୩୫) ଏବଂ ଦୀପ୍ତିରଞ୍ଜନ କୁମ୍ଭାର (୨୨) ଗୁରୁତର ଆହତ ହୋଇଛନ୍ତି। ମୃତ ପୂର୍ଣ୍ଣ ବାଇକ (ଓଡ଼ି ୦୩ ଏଫ ୯୪୭୩)ରେ ଡେଂଗପଦର ଗାଁରୁ ନିଜ ଘରକୁ ଫେରୁଥିଲେ। ଜିତେନ୍ଦ୍ର ଓ ଦୀପ୍ତି ବାଇକ (ଓଆର୍ ୨୬ ଏ ୩୦୪୪) ବିପରୀତ ଦିଗରୁ ଆସୁଥିଲେ। ଏହି ସମୟରେ ଗୁଡିଘାଟ ଗ୍ରାମର ବିଏସଏନଲ ଟାୱାର ନିକଣଟରେ ଉଭୟ ବାଇକ ମଧ୍ୟରେ ଧକ୍କା ହୋଇଥିଲା।

ସମ୍ବନ୍ଧିତ ଖବର