ଅଜଣା କାର୍‌ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର

ମୁରିବାହାଲ: ମୁରିବାହାଲ ବ୍ଲକ୍‌ ହଳଦୀରୁ ଯୁଗିରତା ଗ୍ରାମକୁ ଯିବା ବୁଲାଣିରେ ଗୁରୁବାର ସଂଧ୍ୟାରେ ଏକ କାର୍‌ ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ କାର୍‌ଟି ଦ୍ରୁତ ଗତିରେ ଫେରାର ମାରିଥିଲା। ଗୁରୁତର ୨ ଜଣଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଂଧ୍ୟାରେ ବଙ୍ଗୋମୁଣ୍ଡା ଥାନା ଲୁକାପଡ଼ା ଗ୍ରାମର ନରୋତ୍ତମ ମାଝୀ, ହେମସାଗର ମାଝୀ ଓ ୪ ବର୍ଷର ଝିଅ ଏକ ବାଇକ୍‌ (ଓଡି୧୫ସି-୬୮୩୭)ରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ଗୁରୁତରମାନେ ପଡ଼ିଥିବା ବେଳେ ହଳଦୀ ଗ୍ରାମର ଆଇନଜୀବୀ ଦୀପକ ରଂଜନ ବାଗ, ପ୍ରସାଦୁ କୁମ୍ଭାର ଓ ନିର୍ମଳ ଜାନୀ ପ୍ରମୁଖ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର