ଟିଟିଲାଗଡ: ଟିଟିଲାଗଡ ଷ୍ଟେସନରେ ଇତଃସ୍ତତ ଭାବେ ବୁଲୁଥିବା ଦୁଇଜଣ ଶିଶୁଙ୍କୁ ମଙ୍ଗଳବାର ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଏହି ଶିଶୁମାନଙ୍କୁ ଚାଇଲ୍ଡ ଲାଇନର କର୍ମକର୍ତ୍ତା ମାନେ ବଲାଙ୍ଗୀର କାର୍ଯ୍ୟାଳୟରେ ହାଜର କରିବା ପରେ ତାଙ୍କୁ ତାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ମୁତାବକ ମଙ୍ଗଳବାର ରେଳବାଇ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ ସୌମ୍ୟରୁପ ସାହୁ ଅଚାନକ ଟିଟିଲାଗଡ ଷ୍ଟେସନ ପରିଦର୍ଶନ କରିଥିଲେ। ଏହି ସମୟରେ ୮ ଓ ୯ ବର୍ଷର ଦୁଇଜଣ ନାବାଳିକା ଷ୍ଟେସନରେ ବୁଲୁଥିବା ଦେଖି ଶ୍ରୀ ସାହୁ ଆରପିଏଫରେ ଖବର ଦେଇଥିଲେ। ଟିଟିଲାଗଡ ଆରପିଏଫ ଏସ୍ଆଇ ମହେଶ କୁମାର ସାହୁ, ଗୌତମ ନାଏକ, ସୁଶାନ୍ତ କୁମାର ବେମାଲ ପ୍ରମୁଖ ପହଞ୍ଚି ତାଙ୍କୁ ନିଜ ହେପାଜତକୁ ନେଇଥିଲେ। ପରେ ସେମାନେ ଚାଇଲ୍ଡ ଲାଇନକୁ ଖବର ଦେବାରେ ଚାଇଲ୍ଡ ଲାଇନର ଶିବାନନ୍ଦ ବେହେରା, କମଳିନୀ ସାହୁ ପ୍ରମୁଖ ପହଞ୍ଚି ତାଙ୍କୁ ବଲାଙ୍ଗିର ଚାଇଲ୍ଡ ଲାଇନକୁ ନେଇ ହାଜର କରିଥିଲେ। ତେବେ ସେଠାରେ ଉକ୍ତ ନାବାଳିକାଙ୍କ ପିତାମାତା ପହଞ୍ଚି ତାଙ୍କୁ ଫେରାଇ ଆଣିଥିବା ସୂଚନା ମିଳିଛି।
ଟିଟିଲାଗଡ଼ ଷ୍ଟେସନରୁ ୨ ଶିଶୁ ଉଦ୍ଧାର
/sambad/media/post_attachments/wp-content/uploads/2018/02/Train-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)