ସିନ୍ଧେକେଲା,: ସିନ୍ଧେକେଲା ଥାନା ମାଳପଡ଼ା ଗ୍ରାମ ଦେଇ କିଛି ଲୋକ ଗାଈ ବଳଦ ଚଳାଇ ଚଳାଇ ଧର୍ମଗଡ଼ ଅଞ୍ଚଳକୁ ନେଉଥିବା ବେଳେ ଯୋଡ଼ା ହୋଇଥିବା ଦୁଇଟି ବଳଦ ୩୦ ଫୁଟ ଗଭୀର କୂଅରେ ପଡ଼ି ଯାଇଥିଲେ। ଖବର ପାଇ ଆଖପାଖର ଲୋକେ ରୁଣ୍ଡ ହୋଇ ଯାଇଥିଲେ। ଦିବ୍ୟାଙ୍ଗ ମିଥୁନ ନାଗ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୪ ଘଣ୍ଟାର ପରିଶ୍ରମ ପରେ ରାତି ପ୍ରାୟ ଗୋଟାଏରେ ଉଭୟ ବଳଦଙ୍କୁ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ଏଲଏଫଏମ ପୀତବାସ ବଢ଼େଇ, ଏଫ୍ଏମ ସୁଦର୍ଶନ ଭୋଇ, ଅମୂଲ୍ୟ ପ୍ରଧାନ, ରାଜେଶ ଦଲେଇ, ଧର୍ମେନ୍ଦ୍ର ମହାକୁଡ଼, ଗଗନ ବିହାରୀ ମିର୍ଦ୍ଧା, ଗ୍ରାମବାସୀଙ୍କ ମଧ୍ୟରେ ପବିତ୍ର ପଣ୍ଡା, ପୃଥ୍ଵିରାଜ ମାଝୀ, ଦିଗସନ ମାଝି, ଭୁଜବଳ ବାଗ, ରମେଶ ବେହେରା, ପିତାମ ଧରୁଆ ପ୍ରମୁଖ ସହଯୋଗ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp