ଥାନା ସାମ୍ନାରୁ ଟଙ୍କା ଲୁଟ୍‌, ୨ ଲୁଟେରା ଫେରାର୍‌

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ସାମନାରୁ ଶୁକ୍ରବାର ଲୁଟ୍ ହୋଇଛି। ଦୁଇ ଜଣ ଲୁଟେରା ବାଇକ ଡିକି ଭାଙ୍ଗି ୨୦ ହଜାର ଟଙ୍କା ଲୁଟି ନେଇ ଫେରାର୍‌ ହୋଇ ଯାଇଥିଲେ।
ପ୍ରକାଶ ଯେ, ଶିକ୍ଷକ ଧରଣୀଧର ପଣ୍ଡା ଚାନ୍ଦୋତରା ଷ୍ଟେଟବ୍ୟାଙ୍କରୁ ୨୦ ହଜାର ଟଙ୍କା ଉଠାଇ ତାଙ୍କ ବାଇକ ଡିକିରେ ରଖିଥିଲେ। ପରେ ସେ ସିନ୍ଧେକେଲା ଥାନା ସମ୍ମୁଖରେ ବାଇକ ରଖି ମାଛ କିଣୁଥିଲେ। ଏହି ସମୟରେ ଏକ ନୀଳ ଆପାଚି ବାଇକରେ ଦୁଇଜଣ ଅଜଣା ଦୁର୍ବୃତ୍ତ ଆସି ଡିକିରୁ ୨୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଦୁର୍ବୃତ୍ତମାନେ ଫେରାର ହେଉଥିବା ବେଳେ ଶ୍ରୀ ପଣ୍ଡା ଦେଖି ସେମାନଙ୍କୁ ଦୌଡ଼ାଉଥିବା ବେଳେ ଝୁଣ୍ଟି ପଡ଼ି ସାମାନ୍ୟ ଆହାତ ହୋଇଥିଲେ। ଥାନା ସାମନାରୁ ମଧ୍ୟ ଲୁଟେରାମାନେ ଲୁଟି ନେବାକୁ ସାହସ କରୁଥିବାରୁ ଏହା ସାଧାରଣରେ ଚିନ୍ତାର ବିଷୟ ହୋଇଛି। ଆଖପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଫଟୋ ବାହାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପୁଲିସ ପାଇଁ ଚେଲେଞ୍ଜ ହୋଇଛି।

ସମ୍ବନ୍ଧିତ ଖବର