ପଶ୍ଚିମ ଓଡ଼ିଶା କଳାକାର ପ୍ରିମିୟର ଲିଗ୍ ଉଦ୍‌ଘାଟିତ

ବଲାଙ୍ଗୀର : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ବଲାଙ୍ଗୀର ଯୁବ କଳାକାର ସଂଘ ତରଫରୁ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ କଳାକାରଙ୍କୁ ନେଇ ପଶ୍ଚିମ ଓଡ଼ିଶା କ୍ରିକେଟ ପ୍ରିମିୟର ଲିଗ୍‌ ଅନୁଷ୍ଠିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥୀ, ସମ୍ମାନିତ ଅତିଥି ଭାବେ କ୍ରିକେଟ କୋଚ ଅରୁଣ ନାଏକ ଯୋଗ ଦେଇ ଉଦ୍‌ଘାଟନ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

ପଶ୍ଚିମ ଓଡ଼ିଶା କଳାକାର ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ପଶ୍ଚିମ ଓଡ଼ିଶାର ପ୍ରଥମ ଥର ପାଇଁ ବଲାଙ୍ଗୀରରେ ଆରମ୍ଭ ହୋଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତ କଳାକାରଙ୍କୁ ଏକାଠି କରିବା ଏବଂ ସଂଗଠିତ କରିବା ବୋଲି ସଂଘ କହିଛି। ଆଜିର ଏହି ଖେଳରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୧୨ଟି ଦଳର ଖେଳ ହୋଇଥିଲା। ସେଥି ମଧ୍ୟରୁ ୬ଟି ଦଳ ଷ୍ଟ୍ରାଏକର ବଏ, ରକଷ୍ଟାର ୱାରିୟର, ସମ୍ବଲ ସମୁରାଇ, ବୁଲ ରାଇଡର, ରଏଲ ଷ୍ଟ୍ରାଇକର ଦଳ ବିଜୟ ହାସଲ କରି କ୍ୱାଟର ଫାଇନାଲକୁ ଯାଇଛନ୍ତି। ମଙ୍ଗଳବାର କ୍ୱାଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ଖେଳ ଆୟୋଜିତ ହେବ ବୋଲସ ସୂଚନା ମିଳିଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସଭାପତି ବିନୋଦ କାଲସାଏ, ସରୋଜ ସାହୁ, ଆର.କେ. ମନୀଷ, ରାଜ ସେନ୍ଦ୍ରିଆ, ଠାକୁର ସୁନା, ବିନ୍ଦୁ, ଗୋପାଳ ପଧାନ, ରତନ ମେହେର, ମନୋଜ ମିଶ୍ର ପ୍ରମୁଖ ସାମିଲଥିଲେ। ପୃଥ୍ୱୀରାଜ ମିଶ୍ର, ଶୁଭଙ୍କର, ସୁବାସିନୀ, ଆୟୁଷ, ଆର୍ଯ୍ୟନ ପାଣିଗ୍ରାହୀ, ସୁରେଶ ଡାଙ୍ଗ, ରବି ଖମାରୀ, ରଞ୍ଜନ ଏମ୍‌ଏନ୍‌, ଶଶି ଦେହୁରୀ, ଅଜୟ ନାଗ, ବିବେକ କୁମାର, ଶୁଭମ୍ ଉଦୁରକୁଲିଆ, ରିକି, ରୋଶନ, ବିକି, ବିନୟ, ସାଗର, ଜିତ, ଦେବା, ଜଗା ପ୍ରମୁଖ ସହଯୋଗ କରିଥିଲେ।

ଆମେ କଳାକାର ସବୁ ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ରହୁ। କରୋନା କାଳରେ କେହି କାହାକୁ ଦେଖା ସାକ୍ଷାତ କରିବା ବହୁତ କଷ୍ଟ ଥିଲା। କିନ୍ତୁ ବଲାଙ୍ଗୀରର ଉଦ୍ୟୋକ୍ତାମାନେ ଯେଉଁ ପ୍ରୟାସ ଚଳାଇଛନ୍ତି ସେମାନଙ୍କୁ ଯାହା ଶବ୍ଦରେ ଧନ୍ୟବାଦ ଅର୍ପଣ କଲେ କମ୍ ହେବ। ଏହା ପଶ୍ଚିମ ଓଡ଼ିଶାରେ ପ୍ରଥମ। ଆଗାମୀ ବର୍ଷରେ ସମ୍ବଲପୁରରେ ଆୟୋଜନ କରାଗଲେ ଠିକ୍‌ ହେବ। ଏମିତି ସମସ୍ତେ ପ୍ରୟାସ କଲେ ଏହି ସମ୍ପର୍କ ଅତୁଟ ରହିବ। ଏହି ଆୟୋଜନ ଦେଖି ୟୁଥ୍ ଫେଷ୍ଟିଭାଲ ଭଳି ଅନୁଭବ ହେଉଛି, ବହୁତ ଖୁସି ଲାଗୁଛି।
ବିନ୍ଦୁ, ହାସ୍ୟ ଅଭିନେତା, ବରଗଡ଼

ସବୁ ଜିଲ୍ଲାର କଳାକାରମାନଙ୍କୁ ଗୋଟିଏ ଦିନରେ ଗୋଟିଏ ସ୍ଥାନରେ ମିଳିମିଶି ଖାଇବା ପିଇବା ନାଚିବା ଗାଇବା ରହିବାର ସୁଯୋଗ ମିଳିବା ଅସମ୍ଭବ। କିନ୍ତୁ ତାହା ସମ୍ଭବ କରିପାରିଛନ୍ତି ବଲାଙ୍ଗୀର ଯୁବ କଳାକାର ସଂଘ କର୍ମକର୍ତ୍ତା। ସେମାନଙ୍କୁ ଅଶେଷ ଧନ୍ୟବାଦ।
ମନୋଜ ସିଂହ, ନିର୍ଦେଶକ, ଝାରସୁଗୁଡ଼ା

ପଶ୍ଚିମ ଓଡ଼ିଶାର ପ୍ରଥମ କରି କଳାକାରମାନଙ୍କୁ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଆୟୋଜକ କମିଟିକୁ ଯେତେ ଧନ୍ୟବାଦ ଦେଲେ କମ୍ ହେବ। ବନ୍ଧୁତା ଓ ଭାଇଚାରାରେ ସମସ୍ତ ନୂଆ ପୁରୁଣା କଳାକାରମାନଙ୍କ ମିଳନ ହୋଇପାରିଛି। ଏହା ଆଗକୁ ମଧ୍ୟ ବଜାୟ ରହୁ। ଏହା ମାଁ ସମଲେଶ୍ଵରୀଙ୍କ ପାଖରେ ପ୍ରାର୍ଥନା।
ଭାରତ ଗୈାରବ (ବବୁଲୁ), ସମ୍ବଲପୁର

ସମ୍ବନ୍ଧିତ ଖବର