ସାପ କାମୁଡ଼ାରେ ମହିଳା ମୃତ

ମୁରିବାହାଲ: ମୁରିବାହାଲ ବ୍ଲକ୍‌ ବାଙ୍କେଲ ଗାଁର ନରେଶ ପୁଟେଲଙ୍କ ସ୍ତ୍ରୀ ରଶ୍ମି ପୁଟେଲଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ପୁଅ ଓ ଝିଅ ସହ ରଶ୍ମି ରାତିରେ ଶୋଇଥିବାବେଳେ ଭୋର ୫ଟାରେ ଏକ କଲେର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ ଟିଟିଲାଗଡ଼ ଓ ପରେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ମୁରିବାହାଲ ତହସିଲଦାର ଜୟେନ୍ଦ୍ର ସେଠୀଙ୍କୁ ପଚାରିବାରୁ, ପୋଷ୍ଟମର୍ଟମ ରିପୋର୍ଟରେ ଯଦି ମହିଳାଙ୍କ ମୃତ୍ୟୁ ସାପ କାମୁଡ଼ା ଯୋଗୁଁ ହୋଇଥାଏ ତେବେ ୪ ଲକ୍ଷ ଟଙ୍କା ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର