ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଠୁର୍ଲାର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଭର ହେଡ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଶ୍ବାସରୁଦ୍ଧ ଅବସ୍ଥାରେ ପୁଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି ଯୁବକଜଣକ ସ୍କୁଲ ପଛପଟରେ ଥିବା ପିଇବା ପାଣି ଟାଙ୍କି ଉପରକୁ ଚଢ଼ି କଭର ଖୋଲି ଭିତରକୁ ପଶି ଲକ୍ କରିଦେଇଥିଲେ।

Advertisment

ଏହି ଘଟଣା ଜଣାପଡ଼ିବା ପରେ ଗାଁରେ ଚଞ୍ଚଲ୍ୟ ଖେଳିଯାଇଥିଲା। ଘଟଣା ଜଣାପଡ଼ିବାର ଦୁଇ ଘଣ୍ଟା ପରେ ଶ୍ବାସରୁଦ୍ଧ ଅବସ୍ଥାରେ ଦେଓଗାଁ ଅଗ୍ନିଶମ ବାହିନୀ ଯୁବକଙ୍କୁ ଉଦ୍ଧାର କରିବା ରେ ସକ୍ଷମ ହୋଇଥିଲା। ଏହାପରେ ତାଙ୍କୁ ବଲାଙ୍ଗୀର ସରକାରୀ ହସ୍ପିଟାଲକୁ ନିଆଯାଇଥିବା ଜଣାଯାଇଛି।। ଉଦ୍ଧାର ହୋଇଥିବା ଯୁବକ କୁଠୁର୍ଲାର ପିଣ୍ଟୁ ହରପାଳ ବୋଲି ଜଣାପଡିଛି। ଘଟଣାସ୍ଥଳରେ ଦେଓଗାଁ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।