ବଲାଙ୍ଗୀରର ଗର୍ବ ଗୌରବ ହାର୍ଦ୍ଦିକ

ପ୍ରଜାପତି ଫଟୋଚିତ୍ର ସଂଗ୍ରହ କରି ବିଶ୍ବରେକର୍ଡ

ବଲାଙ୍ଗୀର: ବଲାଙ୍ଗୀର ସହର ଠିକାଦାରପଡ଼ାର ହାର୍ଦ୍ଦିକ ଭ୍ରମର ବିଭିନ୍ନ ପ୍ରଜାପତିଙ୍କ ଫଟୋ ସଂଗ୍ରହ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ପେସାରେ ଜଣେ ବ୍ୟବସାୟୀ ହୋଇଥିଲେ ବି ପ୍ରଜାପତି ଫଟୋଚିତ୍ର ସଂଗ୍ରହରେ ରୁଚି ରଖିଥିଲେ। ଛୋଟଦିନରୁ ପ୍ରଜାପତି ଫଟୋ ଉତ୍ତୋଳନ କରିବା ସହ ପ୍ରଜାପତି ଫଟୋଚିତ୍ର ଥିବା ସାମଗ୍ରୀ ସଂଗ୍ରହ କରୁଥିଲେ। ପ୍ରଜାପତି ଛବି ଥିବା ମୁଦ୍ରା, ଟଙ୍କା, ମାଚିସ ବାକ୍ସ, ଷ୍ଟାମ୍ପ ଭଳି ଅନେକ ସାମଗ୍ରୀ ଦେଶ ବିଦେଶ ବୁଲି ବିଭିନ୍ନ ପ୍ରକାର ଜିନିଷରେ ଥିବା ପ୍ରଜାପତି ଫଟୋ ସଂଗ୍ରହ କରିଥିଲେ।

୨୦୨୧ ମସିହାରେ ବିଶ୍ବରେକର୍ଡ ପାଇଁ ଆବେଦନ କରିଥିଲେ। ୬ ହଜାର ୫୫ଟି ପ୍ରଜାପତି ଥିବା ସାମଗ୍ରୀ ସଂଗ୍ରହ କରି ବିଶ୍ବରେକର୍ଡ କରିଛନ୍ତି। ପୂର୍ବରୁ ଜଣେ ମହିଳା ୧୩ ଶହରୁ ଅଧିକ ଏଭଳି ସାମଗ୍ରୀ ସଂଗ୍ରହ କରି ରେକର୍ଡ କରିଥିଲେ। ଏବେ ତାଙ୍କୁ ପଛରେ ପକାଇ ନୂଆ ରେକର୍ଡ କରିଛନ୍ତି ପ୍ରଜାପତି ପ୍ରେମୀ ହାର୍ଦ୍ଦିକ। ଆଗାମୀ ଦିନରେ ୧୦ ହଜାର ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଗକୁ ମଧ୍ୟ ଜାରି ରଖି ଆହୁରି ଅଧିକ ପ୍ରଜାପତି ଥିବା ସାମଗ୍ରୀ ସଂଗ୍ରହ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର