ମାଟ୍ରିକ ପରୀକ୍ଷା: ବାଲେଶ୍ୱର ଜିଲ୍ଲାରୁ ୮୩.୯୭% ପ୍ରତିଶତ ଛାତ୍ରଛାତ୍ରୀ ପାସ

ବାଲେଶ୍ୱର: ଓଡ଼ିଶା ମାଧ୍ୟମିପ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରୁ ୮୩.୯୭% ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ମୋଟ ୫୧୪ ହାଇସ୍କୁଲ ଥିବା ବେଳେ ସେଥିରୁ ୧୫୨ କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା । ୨୯୭୪୫ ଛାତ୍ରଛାତ୍ରୀ ପରୀକ୍ଷାରେ ଉପସ୍ଥିତ ଥିଲେ । ମୋଟ ୫୪୫ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ସେହିପରି ୧୯ ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ିଥିଲେ ।

ଏ ୧ଗ୍ରେଡରେ ୯୯ ଜଣ, ଏ ୨ଗ୍ରେଡରେ ୬୬୯, ବି ୧ଗ୍ରେଡରେ ୧୪୭୬ ଜଣ, ବି ୨ଗ୍ରେଡରେ ୨୩୯୮ ଜଣ,  ସି ଗ୍ରେଡରେ ୩୪୯୭ ଜଣ,
ଡି ଗ୍ରେଡରେ ୫୪୨୮ ଜଣ, ଇ ଗ୍ରେଡରେ ୧୧୪୧୦ ଜଣ, ଏଫ୍ ଗ୍ରେଡରେ  ୪୭୪୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ସମ୍ବନ୍ଧିତ ଖବର