ବାଲେଶ୍ୱର ଜାତୀୟ ରାଜପଥରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ୪ ଯୁବକ ଗୁରୁତର ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଭେଲୋରା ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ୪ ଗୁରୁତରଙ୍କ ବୟସ ୨୦ରୁ ୨୨ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କ ନାମ ହର୍ଚଲ ମୁର୍ମୁ, ଗଣେଶ ମୁର୍ମୁ, ଚନ୍ଦନ ମରାଣ୍ଡି ଓ ଧନୁ ସିଂ। ସମସ୍ତଙ୍କ ଘର ମୟୁରଭଞ୍ଜର ବୋଇସିଂଘାର ଅଅଁଳା ଇଟାହାରି ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳୁ ଗୋଟିଏ ବାଇକ୍‌ରେ ହର୍ଚଲ ମୁର୍ମୁ, ଗଣେଶ ମୁର୍ମୁ, ଚନ୍ଦନ ମରାଣ୍ଡି ଓ ଧନୁ ସିଂ ମୟୁରଭଞ୍ଜର ଖୁଣ୍ଟାରୁ ଆସୁଥିଲେ। ଜଳେଶ୍ୱର ଥାନା ଭେଲୋରା ନିକଟରେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍‌କୁ ଓଭର ଟେକ୍‌ କରିଥିଲେ। ଏହି ସମୟରେ ବାଇକ୍‌ ଚାଳକ ଭାରସାମ୍ୟ ରକ୍ଷା କରି ନପାରି ଟ୍ରକ୍‌ ସହ ଧକ୍କା ଖାଇ ରାସ୍ତାରେ ପଡ଼ିଥିଲେ। ଏଥିରେ ୪ଜଣ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟଲୋକେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ଚାରିଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଶୋଚନୀୟ ଥିବା ନେଇ ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର