ବାଲେଶ୍ବର: କରୋନା ସଂକ୍ରମଣ ମାମଲା ଧୀରେଧୀରେ ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ନେଇ କଟକଣା ଲଗାଇଥିଲେ।
କରୋନା ସଂକ୍ରମଣ ଯୋଗୁଁ ବୋଲବମ୍ ନଯିବା ପାଇଁ ସରକାର ମନା କରିଥିବା ବେଳେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବଙ୍କ ପାଖରେ ଜଳାଭିଷେକ କରିଛନ୍ତି କାଉଡିଆ । ବାଲେଶ୍ୱର ସୋର ଥାନା ମାଣିପୁର ଗାଁରେ କାଉଡିଆ ପାଣି ଢାଳିଛନ୍ତି ।
ତେବେ କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରାରେ ରାଜ୍ୟ ସରକାର କଟକଣା ଲଗାଇବା ସହିତ କାଉଡିଆମାନେ କୌଣସି ଧାର୍ମିକ ସ୍ଥାନରୁ ଜଳଧରି ଯାତ୍ରା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଷାଢ ଯାଇ ଶ୍ରାବଣ ହେଲାଣି, ବର୍ଷା ନ ହେବା କାରଣରୁ ଶିବଙ୍କୁ ଜଳଲାଗି କରିଛନ୍ତି ସୋରର କିଛି କାଉଡିଆ । ଶିବଙ୍କ ଉପରେ ଜଳଲାଗି କଲେ ସ୍ୱାଭାବିକ ବର୍ଷା ହେବ ବୋଲି ସେମାନଙ୍କ ବିଶ୍ୱାସ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled-15.png)