ବେଲେଶ୍ବରରେ ତାଲା, ଶ୍ରଦ୍ଧାଳୁ ନିରାଶ

ଯାଜପୁରଟାଉନ/ସଦର: କୋଭିଡ କଟକଣା ଭିତରେ ଯାଜପୁରର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ ହୋଇଛି। ଯାଜପୁର ତହସିଲ ପକ୍ଷରୁ ପ୍ରମୁଖ ୫ ଟି ଶୈବପୀଠରେ କଟକଣା ଜାରି କରାଯାଇଥିଲା। ସହରର ଲଳିତେଶ୍ବର ଶିବ ମନ୍ଦିର, ତ୍ରିଲୋଚନାପଡ଼ାର ତ୍ରିଲୋଚନେଶ୍ବର ମନ୍ଦିର, ନୁଣୁପୁରର ଲୋକନାଥ ମନ୍ଦିର ଓ ମତାବାଦର ଉତ୍ତରେଶ୍ବର ଶିବ ମନ୍ଦିରରେ କଟକଣା ଭିତରେ ପୂଜାର୍ଚ୍ଚନା ଓ ଦର୍ଶନ କରାଯାଇଛି। ଯାଜପୁର ଥାନା ଅଧୀନ ସମସ୍ତ ଶିବ ମନ୍ଦିରରେ କୋଭିଡ କଟକଣା ଭିତରେ ପ୍ରଶାସନ ନିୟମକୁ ମାନି ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ବେଲେଶ୍ବର ପୀଠରେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ଓ ଟାଉନ ପୁଲିସର ସମନ୍ବୟ ଅଭାବରୁ ‍ଦିନ ତମାମ ବେଲେଶ୍ବର ମନ୍ଦିରରେ ତାଲା ପଡ଼ି ରହିଥିଲା। ସ୍ଥାନୀୟ ଅଞ୍ଚଳର ହଜାରହଜାର ଶ୍ରଦ୍ଧାଳୁ ଏହି ଶିବ ମନ୍ଦିରକୁ ଦର୍ଶନ ପାଇଁ ଅ‍‍ାସି ନିରାଶ ହୋଇଥିଲେ। ମନ୍ଦିରକୁ ବନ୍ଦ କରି ରଖାଯାଇଥିବା ବେଳେ ବାହାରେ ୧୪୪ ଧାରା ଜାରିର ପୋଷ୍ଟର ଲଗାଯାଇଥିଲା।

ସମ୍ବନ୍ଧିତ ଖବର