ଧାମନଗର: ଚୋର ସନ୍ଦେହରେ ଦୁଇଜଣ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ ମାରିବା ଘଟଣା ଆଜି ଧାମନଗରରେ ଚର୍ଚ୍ଚାର ବିଷୟ ହୋଇଛି ା
ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ହବିବନଗର ଗ୍ରାମର ସେକ ନସାଦୁଲାମ ଓ ଶାମପୁର ଗ୍ରାମର ସେକ ମୁନତାଜ ଧାମନଗର-ଫଳପୁର ରାସ୍ତାରେ ବୁଲୁଥିବା ବେଳେ ସେଠାରେ ଅନ୍ୟ କେତେକ ଯୁବକ ଉପସ୍ଥିତ ଥିଲେ ା ସେହି ସମୟରେ ଏହି ଦୁଇ ଯୁବକଙ୍କୁ କୁଆଡେ ଯାଉଛ ବୋଲି ପଚାରିବାରୁ ସେ ଦୁହେଁ ଦୌଡିବା ଆରମ୍ଭ କରିଥିଲେ ା ଲୋକଙ୍କ ହେବାରୁ ସେମାନଙ୍କ ପିଛା କରି ଦୁଇ ଜଣଙ୍କୁ ଭଗବାନପୁର ପଞ୍ଚାୟତ ହୁଆଳଡିହ ନିକଟରୁ ଧରିଥିଲେ ା ଆଜି ସକାଳେ ହବିବନଗର ଠାରେ ଏକ ବିଦ୍ୟୁତ ଖୁଣ୍ଟରେ ଉଭୟକୁ ବାନ୍ଧି ପ୍ରାୟ ୧୦/୧୨ ଜଣ ଯୁବକ ସେମାନଙ୍କୁ ମାଡ ମାରିଥିଲେ ା ପ୍ରାୟ ୪ ଘଣ୍ଟା ଧରି ଦୁଇ ଯୁବକଙ୍କୁ ବାଡି ଓ ଗୋଇଠା, ଚାପୁଡା ମାଡ ମାରି ଚାଲିଥିଲେ ା ଏହି ମାଡରେ ଦୁଇ ଯୁବକଙ୍କ ହାତ, ଗୋଡ, ମୁଣ୍ତ ଆଦି ବିଭିନ୍ନ ସ୍ଥାନରେ ଗଭୀର କ୍ଷତି ସୃଷ୍ଟି ହୋଇଛି ା ଖରାରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦୀର୍ଘ ପ୍ରାୟ ୪ ଘଣ୍ଟା ଧରି ମାଡ ମାରି ଚାଲିଥିବା ବେଳେ ଯୁବକ ଦ୍ବୟ ପାଣି ପାଇଁ ଚିତ୍କାର କରୁଥିବା ବେଳେ ସେମାନଙ୍କୁ ପାଣି ଟୋପାଏ ମଧ୍ୟ ଦିଆଯାଇନଥିଲା ା ଦୁଇ ଯୁବକଙ୍କ ଘର ଲୋକ ଖବର ପାଇ ସେମାନଙ୍କ ମାଆ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ ବି ସେମାନଙ୍କୁ ଉତ୍ୟକ୍ତ ଯୁବକମାନେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ ା ଧାମନଗର ଥାନା ଠାରୁ କେଇଁ ମିଟର ଦୂରରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଜାଣିବାକୁ ପାଇନଥିଲା ା ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଏହି ଦୁଇ ଯୁବକ ଚୋର ବୋଲି ସନ୍ଦେହ ସୃଷ୍ଟି ହୋଇଛି ତେବେ ସେମାନଙ୍କୁ ଧରି ପୁଲିସକୁ ଜିମା ଦିଆଯାଇ ପାରିଥାନ୍ତା। ହେଲେ ସ୍ଥାନୀୟ ଯୁବକମାନେ ତାହା ନକରି ଆଇନକୁ ହାତକୁ ନେବା ସାଧାରଣରେ ନାପସନ୍ଦ କରାଯାଇଛି ା ଏହି ରିପୋର୍ଟ ଲେଖାଯିବା ବେଳକୁ ଥାନାରେ ଅଭିଯୋଗ ହୋଇନାହିଁ ା ଘଟଣା ସ˚ପର୍କରେ ଥାନା ପକ୍ଷରୁ କୁହାଯାଇଛି ଯେ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼
/sambad/media/post_attachments/wp-content/uploads/2019/05/bls-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)