ବାଲେଶ୍ୱର/ ବୈଶିଙ୍ଗା: ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଗଣ୍ଡର୍ଦ୍ଦା ପଂଚାୟତ ପତୁକାଶାସନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ଦୁଇଭାଇ ବୁଢ଼ାବଳଙ୍ଗ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଗଣ୍ଡରେ ବୁଡ଼ିଯିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଗ୍ରାମବାସୀ ପ୍ରଥମେ ଜଣଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଆଉ ଜଣେ ଭାଇକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ମୃତକ ଦୁଇଜଣ ହେଲେ ତୁଷାର ପଣ୍ଡା(୧୦) ଓ ତାଙ୍କ ପିଉସୀ ପୁଅ ବିକାଶ ପଣ୍ଡା।