ବାଲେଶ୍ୱରରେ ଆଜି କରୋନାରେ ଦୁଇ ଜଣଙ୍କର ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ଆଜି ପ୍ରଥମ ଥର ପାଇଁ ଦୁଇ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟ ମହିଳା ଓ ଅନ୍ୟ ଜଣେ ପୁରୁଷ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ରେମୁଣା ବ୍ଲକର ୬୦ ବର୍ଷୀୟ ମହିଳା ଗତକାଲି ବାଲେଶ୍ୱର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ତେବେ ଅବସ୍ଥା ଗୁରୁତର ହେବାରୁ ଗତକାଲି ଭୁବନେଶ୍ୱର ସ୍ଥିତ କିମସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ତେବେ ଆଜି ଭୋରରେ ତାଙ୍କର ମୃତ୍ୟୁ ହୋଇଯାଇଛି |

ସେହିପରି ଅନ୍ୟ ଜଣେ ଔପଦା ବ୍ଲକର ବୃଦ୍ଧଙ୍କର ମଧ୍ୟ ମୃତ୍ୟୁ ଘଟିଛି | ଏହି ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ଗତ ୨୧ ତାରିଖରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ତେବେ ଗତକାଲି ତାଙ୍କର କରୋନା ପଜିଟିଭ ବୋଲି ଜଣାପଡିଥିଲା | ଆଜି ଭୋରରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି | ଏଠାରେ ସୂଚନା ଥାଉ କି ଆଜି ଜିଲ୍ଲାରେ ୨୨ ନୂଆ ଆକ୍ରାନ୍ତ ବାହାରିଛନ୍ତି | ଏମାନଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭୬ରେ ପହଂଚିଛି | ସେହିପରି ୫୭୫ ଜଣ ସୁସ୍ଥ ହୋଇଛନ୍ତି | ବାଲେଶ୍ୱର ସିଡିଏମଓ ଡାକ୍ତର ଦୁଲାଲସେନ ଜଗଦେଵ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର