ବାଲେଶ୍ବର: ପୁଣି କୂଳଡିହା ଅଭୟାରଣ୍ୟରେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ସେଠାରେଶିକାରୀ ଗୁଳିରେ ଦୁଇ ଆଣ୍ଟି ପୋଚିଂ ସ୍କ୍ବାର୍ଡର କର୍ମଚାରୀ ଗୁରୁତର,ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଫରେଷ୍ଟଗାର୍ଡ। ରାତିରେ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟଗାର୍ଡ ସିଂରାୟ ହେମ୍ବ୍ରମ ଙ୍କ ସହିତ କିଛି ବନକର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ଗୁଳିରେ ଦୁଇଜଣ ଆଣ୍ଟି ପୋଚିଂ ସ୍କ୍ବାର୍ଡ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି।

Advertisment

ସବୁଜ ବାହିନୀର ଦୁଇଗୁରୁତର ହେଉଛନ୍ତି କ୍ଷୀତିଶ ପରିଡା ଓ ବିରଞ୍ଚି ଜେନା । ଦୁଇଜଣଙ୍କୁ ବାଲେଶ୍ଵର ଡାକ୍ତରଖାନାରୁ ସ୍ଥିତି ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଦୁଇ ଶିକାରୀ ଅଟକ ରହିଥିବା ବେଳେ ଏସିଏଫଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜଣେ ଶିକାରୀ ଚେକାମରା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ କଇଁମଡିହ ଅଞ୍ଚଳର ବୋଲି ଜଣାପଡିଛି। ଦୁଇ ଶିକାରୀ ଚେକାମରା ଗ୍ରାମର ସନିଆ ସିଂ, କଇଁମଗଡିଆ ଗ୍ରାମର ଗୁନା ସିଂ ବୋଲି ସୂଚନା ମିଳିଛି। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି