ବାଲେଶ୍ୱର/ଜଳେଶ୍ୱର: ଜଳେଶ୍ୱର ଅବକାରୀ ବିଭାଗ ଓ ବାଲେଶ୍ୱର ସଦର ରେଂଜ ଏନ୍ଫୋର୍ସମେଣ୍ଟ ସ୍କ୍ଵାଡ୍ ଆଜି ମିଳିତ ଚଢ଼ଉ କରି ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନ୍ ସୁଗର ଜବତ କରିଛନ୍ତି। ଏହି କାରବାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର ପୌରସଂସ୍ଥା ଅଧୀନ ଶେଖ୍ବାଡ଼ର ହାଲିମାନ ବିବି(୩୫)। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଭୋରରୁ ଅବକାରୀ ଓ ଏନ୍ଫୋର୍ସମେଣ୍ଟ ସ୍କ୍ଵାଡ୍ ଶେଖ୍ବାଡ଼ ରାସ୍ତାରେ ଛପି ରହିଥିଲେ। ସକାଳ ପ୍ରାୟ ୬ଟା ବେଳେ ସେହି ରାସ୍ତାରେ ହାଲିମାନ ବିବି ଯାଉଥିବା ବେଳେ ଅତର୍କିତ ଚଢ଼ଉ କରାଯାଇ ତାଙ୍କଠାରୁ ୨୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଥିଲେ। ଅବକାରୀ ଏସ୍ପି ମନୋଜ କୁମାର ସେଠୀଙ୍କ ନିର୍ଦେଶରେ ସଦର ରେଂଜ ଇନ୍ସପେକ୍ଟର କରୁଣାଶଙ୍କର ତିଓ୍ଵାରି, ଜଳେଶ୍ୱର ଅବକାରୀ ଏସ୍ଆଇ ହରପ୍ରସାଦ ରଣା, ତ୍ରିଲୋଚନ ସ୍ୱାଇଁ, ଲକ୍ଷ୍ୟସାଧନ ପ୍ରଧାନ, କୁଳମଣି ମହାରଣା, ଏଏସ୍ଆଇ ଦୋଳଗୋବିନ୍ଦ ଧଳ, ରାଜୀବ ଭଂଜ, ହୃଷୀକେଶ ବାରିକ, ପ୍ରହ୍ଲାଦ ବିଶ୍ୱାଳ, ମିନତି ପରିଡ଼ା, ସେକ୍ କରିମ, ମିନତି ଜେନା, କୁମୁଦିନୀ ସ ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ।
ଦୁଇ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ
/sambad/media/post_attachments/wp-content/uploads/2017/11/Untitled-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)