ବାଲେଶ୍ବର : ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଗାଡ଼ି ଯାଞ୍ଚ୍ବେଳେ ଗୋଟିଏ ଗାଡ଼ିରୁ ବିପୁଳ ମାତ୍ରାରେ ପୋଷ୍ଟର ଜବତ କରାଯାଇଛି। ଗତ ବିଳମ୍ବିତ ରାତିରେ ସଦର ଥାନା ପୁଲିସ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ପକ୍ଷରୁ ଚେକିଂ ଚାଲିଥିବା ବେଳେ ଭୁବନେଶ୍ବରରୁ ବାଲେଶ୍ବର ଆସୁଥିବା ଏକ ଗାଡ଼ିରୁ ଏହି ପୋଷ୍ଟର ଜବତ କରାଯାଇଥିଲା। ତେବେ ପୋଷ୍ଟର ଜବତ ହେବା ପରେ ସମ୍ପୃକ୍ତ ଗାଡ଼ି ଓ ଚାଳକଙ୍କୁ ଅଟକ ରଖାଯାଇଥିଲା।
ସଦର ଉପନିର୍ବାଚନକୁ ନେଇ ବିଭିନ୍ନ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ମାହୋଲ ସରଗରମ ଥିବାବେଳେ ଏତେ ପରିମାଣର ପୋଷ୍ଟର କିଏ ପଠାଇଛି, କାହା ଅନୁମତିରେ ଆସିଛି ଏବଂ ଏସବୁ କାହା ଠିକଣାରେ ଯାଉଥିଲା ସେନେଇ ପୁଲିସ ତନାଘନା କରିଥିଲା। ପରେ ଗାଡ଼ିଟିକୁ ଛଡ଼ାଯାଇଥିବା ସୂଚନା ଦିଆଯାଇଛି ।
ପ୍ରକାଶଥାଉକି, ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଏଥିପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତତ୍ତ୍ବାବଧାନରେ ୧୦ଟି ଟିମ୍ ଗଠନ କରାଯାଇଛି। ସେଥିରେ ୫ଟି ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଟିମ୍ ରହିଥିବା ବେଳେ ୫ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ରହିଛନ୍ତି। ଜାତୀୟ ରାଜପଥ, ବାଲେଶ୍ବର ସହରର ବିଭିନ୍ନ ଛକ ସମେତ ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏହି ଟିମ୍ ଜୋରଦାର ଯାଞ୍ଚ୍ ଚଳାଇଥିବା ଜଣାପଡ଼ିଛି। ପ୍ରତି ପଏଣ୍ଟରେ ସେମାନେ ଘଣ୍ଟେ ଲେଖାଏଁ ଯାଞ୍ଚ୍ କରୁଥିବା ବେଳେ ଟଙ୍କା, ମଦ, ପୋଷ୍ଟର କିମ୍ବା ଆପତ୍ତିଜନକ ସାମଗ୍ରୀଗୁଡ଼ିକ ଜବତ କରିବାକୁ ନିର୍ଦେଶ ଦିଆଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/vote-copy.jpg)