ସୋର: ସୋର ଥାନା ମହୁମୁହାଣ ପଂଚାୟତ ଗୋବିନ୍ଦପୁର ଗ୍ରାମରେ ପାଣିରେ ପଡ଼ି ଜଣେ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସିମୁଳିଆ ଥାନା ଜାମୁଝାଡ଼ି ପଂଚାୟତ ବଟି ଗ୍ରାମର ଉମାକାନ୍ତ ମଳିକ କିଛିଦିନ ଧରି ଶଶୁର ଘର ମହୁମୁହାଣ ପଂଚାୟତ ଗୋବିନ୍ଦପୁର ଗ୍ରାମରେ ରହୁଥିଲେ।

Advertisment

ଆଜି ମଧ୍ୟାହ୍ନରେ ତାଙ୍କର ଏକମାତ୍ର ଶିଶୁ ପୁତ୍ର ଭାବେଶ ମଳିକ (୨) ଘର ପଛପଟରେ ଥିବା ପୋଖରୀରେ ପଡିଯାଇଥିଲେ। ଦୀର୍ଘ ଘଣ୍ଟା ଖୋଜାଖୋଜି କରିବା ପରେ ଶିଶୁ ପୁତ୍ରଟିକୁ ଉକ୍ତ ପୋଖରୀରୁ ପାଇ ପରିବାର ଲୋକ ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।