ଭୋଗରାଇ: ଦିନ ଦ୍ବିପ୍ରହରେ ୟୁକୋ ବ୍ୟାଙ୍କରୁ ବଡ଼ ଧରଣର ଡକାୟତି, ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍

ଭ‌ୋଗରାଇ : ପୁଣି ଏକ ବଡ଼ ବ୍ୟାଙ୍କ ଡକାୟତି ଖବର ମିଳିଛି।  ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକି ୟୁକୋ ବ୍ୟାଙ୍କ୍‌ ଶାଖାରୁ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ୨୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଡକାୟତମାନେ ବନ୍ଧୁକ ଓ ଛୁରୀ ମୁନରେ ଏହି ଲୁଟ୍‌ କରିଥିବା ଜାଣିବାକୁ ମିଳିଛି।

ସୂଚନା ଅନୁସାରେ, ୫ ଜଣ ଡକାୟତ ବାଇକରେ ଆସିଥିଲେ। ସେମାନେ ବ୍ୟାଙ୍କ୍‌ ଭିତରେ ପଶି ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଭୟଭୀତ କରି ୨୦ ଲକ୍ଷରୁ ଉର୍ଧ୍ବ ଟଙ୍କା ଓ ସୁନା ଗହଣା ଲୁଟ୍‌ କରିଥିଲେ। ସେମାନେ ବ୍ୟାଙ୍କ୍‌ ଲୁଟ୍‌ କରି ସେଠାରୁ ଫେରାର ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର