ସୋର: ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ଉ କରି ଅବକାରୀ ବିଭାଗ ୨୦୦ ଲିଟର ନକଲି ବିଦେଶୀ ମଦ, ସହ ନକଲି ମଦ ପାଇଁ ପ୍ରସ୍ତୁତ ସରଞ୍ଜାମ ଜବତ କରିଛି। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ପଣ୍ଡାଶୁଣି ପଂଚାୟତ ନୀଳକଣ୍ଠପୁରର ସୁବାସ ନାୟକଙ୍କ ଘରୁ ଜଳେଶ୍ବର ସେଟଲାଇଟ ଅବକାରୀ ବିଭାଗ ଖବର ପାଇ ଯାଞ୍ଚ କରିଥିଲେ। ପରେ ପ୍ରାୟ ଦୁଇ ଶହ ଲିଟର ନକଲି ବିଦେଶୀ ମଦ, ନକଲି ମଦ ପାଇଁ ପ୍ରସ୍ତୁତ ଠିପି, ଷ୍ଟିକର ଓ ବିଭିନ୍ନ ମଦ କମ୍ପାନୀର ପୁରୁଣା ମଦ ବୋତଲ ଜବତ କରିଥିଲେ।

Advertisment

ଘର ମାଲିକ ସୁବାସଙ୍କୁ ଅବକାରୀ ବିଭାଗ ଧରିବା ପରେ ଦୀର୍ଘ ଚାରିମାସ ଧରି ସୋର ଅନନ୍ତପୁରର ଏକ ସରକାରୀ ମଦ ଦୋକାନର ମାଲିକଙ୍କ ପୁଅ ତାଙ୍କ ଘରକୁ ଭଡ଼ା ସୂତ୍ରରେ ନେଇ ସେଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ ଏବଂ ଏହି ମଦକୁ ନିଜ ସରକାରୀ ମଦ କାଉଣ୍ଟରରେ ବିକ୍ରି କରିବା ସହିତ ବିଭିନ୍ନ ଦୋକାନ ଓ ଅନ୍ୟ ସ୍ଥାନକୁ ପଠାଉଥିବା ପ୍ରକାଶ କରିଥିଲେ। ଅବକାରୀ ବିଭାଗ ସୁବାସଙ୍କୁ ଗିରଫ କରି ଗତକାଲି ରାତିରେ ଅନନ୍ତପୁର ସ୍ଥିତ ଉକ୍ତ ସରକାରୀ ମଦ କାଉଣ୍ଟରକୁ ସିଲ କରିଥିବା ଜଣାପଡ଼ିଛି।

ତେବେ ସୋର ଅଞ୍ଚଳରେ ବିଭିନ୍ନ ମଦ କାଉଣ୍ଟରରେ ଏହି ଭଳି ମଦ ବିକ୍ରି ହେଉଥିବା ଅଭିଯୋଗ ଆସୁଛି। ଅବକାରୀ ବିଭାଗ ପକ୍ଷରୁ ଏହି ଅଞ୍ଚଳର ମଦ କାଉଣ୍ଟର ଉପରେ ଚଢ଼ଉ କରାଯାଇ ଯାଞ୍ଚ କରାଯିବାକୁ ସାଧାରଣରେ ଦାବି ହେଉଛି।