ଜଳେଶ୍ଵର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜଳେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର ସବୁ ବୁଥରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି। ଭୋଟଦାନ ପାଇଁ ଅଧିକାଂଶ ମତଦାନ କେନ୍ଦ୍ରରେ ଲମ୍ବା ଲାଇନ ଲାଗିଛି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଜଳେଶ୍ଵରରେ ୨୮.୭୫ ପ୍ରତିଶତ ମତଦାନ ହୋଇଥିବା ସରକାରୀ ଭାବେ କୁହାଯାଇଛି।
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ତଥା ବିଜେଡିର ବିଧାୟକ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ର ଜଳେଶ୍ଵର ବ୍ଲକ ଖୁଆଡ ସ୍ଥିତ ଦୀନକୃଷ୍ଣ ସରକାରୀ ହାଇସ୍କୁଲ ୨୭ ନମ୍ବର ମତଦାନ କେନ୍ଦ୍ରରେ ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ କୋଟସାହି ପଞ୍ଚାୟତ ସାନରାଉତପଡ଼ା ୧୩୪ ନମ୍ବର ବୁଥରେ ମତଦାନ କରିଛନ୍ତି। ଏଣେ ଶ୍ରୀରାମପୁର, ତରିବତପୁର, ପଞ୍ଚୁଘଣ୍ଟା ଓ ଗୋବରଘାଟା ଆଦି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏଠାରେ ଉତ୍ତେଜନା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/jal.jpg)