ତିନି ଗଞ୍ଜେଇ ବ୍ୟବସାୟୀଙ୍କୁ ୧୦ବର୍ଷ ଜେଲ୍
ବାଲେଶ୍ୱର : ବେଆଇନ ଗଞ୍ଜେଇ କାରବାର ମାମଲାରେ ୩ ବିଚାରାଧିନ ଅଭିଯୁକ୍ତଙ୍କୁ ଆଜି ଦଶବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି। ବାଲେଶ୍ୱର ଅତିରିକ୍ତ ସେସନ ଜଜ୍-୨ ଦେବାଶିଷ ରାଉତ ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଆସାମୀମାନେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ ଅଂଚଳର ସେଖ୍ ଖଲିଲ୍, ସେକ୍ ନଜ୍ବୁଲ ଓ ଏ. ସୀମାନ୍ଦ୍ରି ରାଓ।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲା ଅନୁଯାୟୀ, ୨୦୧୬ ଜାନୁଆରି ୨୪ ତାରିଖରେ ବାଲେଶ୍ୱର ନୂଆ ବସ୍ଷ୍ଟାଣ୍ଡ ନିକଟ ବନଦୁର୍ଗା ଟ୍ରାଭେଲ୍ସ ସାମ୍ନାରେ ଏହି ୩ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରଥିଲା। ଏକ ଜରି ଅଖାରେ ଭର୍ତ୍ତି ହୋଇଥିବା ୩୬ କେଜି ୪୦୦ ଗ୍ରାମର ଓଜନର ଗଞ୍ଜେଇ ଏହି ଅଭିଯୁକ୍ତମାନଙ୍କଠାରୁ ଅବକାରୀ ବିଭାଗ ଜବତ କରି ସେମାନଙ୍କୁ ଗିରଫ କରିଥିଲା। ସେହିବର୍ଷ ଫେବ୍ରୁଆରି ୨୬ରୁ ଏହି ମାମଲା କୋର୍ଟରେ ବିଚାରାଧୀନ ଥିଲା ସମସ୍ତ ସାକ୍ଷ୍ୟ ଓ ଦସ୍ତାବିଜ୍କୁ ଭିତ୍ତି କରି ବିଚାରପତି ଶ୍ରୀ ରାଉତ ଏହି ରାୟ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଗୌରଚନ୍ଦ୍ର ବାରିକ ଏହି ମାମଲା ପରିଚାଳନା କରିଥିଲେ।