ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ରେମୁ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୧୩ ବର୍ଷୀୟା କାମିନୀ ପାତ୍ର। ଗୁରୁତର ଦୁଇ ନାବାଳିକା ହେଲେ ଲଙ୍ଗଲେଶ୍ଵର ଗ୍ରାମର ଅନନ୍ୟା ପାତ୍ର (୧୨), କାଳନ୍ଦା ଗ୍ରାମର ଜୟଲକ୍ଷ୍ମୀ ପରିଡ଼ା (୧୩)।
କାମିନୀ ଅନନ୍ୟା ଓ ଜୟଲକ୍ଷ୍ମୀଙ୍କ ସହ ମିଶି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ୩ ଜଣ ଯାକ ବୁଡ଼ି ଯାଇଥିଲେ। ସେମାନଙ୍କୁ ପାଣିରୁ ଉଦ୍ଧାର କରାଯାଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ କାମିନୀଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ ରେମୁ ଗ୍ରାମର ସମ୍ପର୍କୀୟ ଗଦାଧର ଜେନାଙ୍କ ବାହାଘର ଭୋଜିରେ ଯୋଗ ଦେବା ପାଇଁ ଏମାନେ ରେମୁ ଆସିଥିଲେ। ଏମାନେ ସମେସ୍ତ ଗଦାଧର ଜେନାଙ୍କ ସଂପର୍କୀୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/e3750c6e-fbaf-4525-a285-d739e6919d54.jpg)