ସୋର: ବାଲେଶ୍ବର ଜିଲ୍ଲା ଖଇରା ଥାନା ଡାଲଙ୍ଗ ଗ୍ରାମରେ ଅଘଟଣ। ଶିଆଳ କାମୁଡ଼ିବାରୁ ତିନି ସ୍କୁଲ ଛାତ୍ରଛାତ୍ରୀ, ଜଣେ ମହିଳା ଓ ଜଣେ ଯୁବକ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି।

Advertisment

ସୂଚନା ଅନୁଯାୟୀ, ଖଇରା ଥାନା ଡାଲଙ୍ଗ ଗ୍ରାମର ତିନିଜଣ ସ୍କୁଲ ଛାତ୍ରଛାତ୍ରୀ ଡାଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ବେଳେ ଘର ଠାରୁ କିଛି ଦୂରରେ ୨/୩ ଟି ଶିଆଳ ପିଲାମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ପିଲାମାନଙ୍କର ଚିତ୍କାର ଶୁଣି ଗ୍ରାମର ମନୋରମା ସାହୁ ଓ ଅର୍ଜୁନ ବେହେରା ଶିଆଳଗୁଡ଼ିକୁ ଘଉଡ଼ାଇବା ସମୟରେ ଶିଆଳଗୁଡିକ ଉଭୟଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।