ଖଇରା: ବାଲେଶ୍ବର ଜିଲ୍ଲା ଖଇରା ତହସିଲ ବଡ଼ ନୂଆଗାଁ ପଞ୍ଚାୟତ ଅଧୀନ ଗେଙ୍ଗୁଟିଆ ଗାଁରେ ଭୟ‌ାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଥିରେ ଗାଁର ବାବାଜୀ ଚରଣ ଦାସଙ୍କ ୪ବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ସହିତ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ବାବାଜୀ ଚରଣ ଦାସଙ୍କ ଘରେ ନିଆଁ ଲାଗିଯାଇଥିଲା।

Advertisment

ଗ୍ରାମବାସୀମାନେ ନିଆଁକୁ ଦେଖି ପରିବାର ଲୋକଙ୍କୁ ଖବର ଦେବା ସହିତ ଖଇରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଖଇରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।