ପୃଥକ୍ ଦୁର୍ଘଟଣାରେ ୪ ମୃତ, ଦୁଇ ଗୁରୁତର :ଟ୍ରକ୍‌ ପଛରୁ ପିଟିଲା କଣ୍ଟେନର, ୨ ମୃତ, ୨ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ସୋର/କୁଳିଅଣା/ଦେଉଳି: ବାଲେଶ୍ବର ଜିଲ୍ଲା ସୋର ଥାନା ଓ ମୟୂରଭଂଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ୨ଟି ପୃଥକ୍ ଦୁର୍ଘଟଣାରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୋର ଜାତୀୟ ରାଜପଥ ଛପୋଲିଆ ନିକଟରେ ଆଜି ଭୋର ୪ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଡ୍ରାଇଭର ଓ ହେଲ୍‌ପରଙ୍କ ମୃତ୍ୟୁ ହୋଇଥିବା ‌େବଳେ ଅନ୍ୟ ଜଣେ ଡ୍ରାଇଭର ଓ ହେଲ୍‌ପର ଗୁରୁତର ହୋଇଛନ୍ତି। ମୃତକ ଡ୍ରାଇଭର ଓ ହେଲ୍‌ପର ହେଉଛନ୍ତି ଜଳେଶ୍ବର ନୂଆବଜାର ଅ˚ଚଳର ବୃନ୍ଦାବନ ଦାସଙ୍କ ପୁଅ ଲକ୍ଷ୍ମୀକାନ୍ତ(୪୫) ଓ ଚନ୍ଦନେଶ୍ବର ଫୁଲବଣି ଗ୍ରାମର ବିଶ୍ବଜିତ୍‌ ଦଳେଇ(୩୦)। ଆହତ ଡ୍ରାଇଭର ଓ ହେଲ୍‌ପର ୨ ଜଣ ହେଉଛନ୍ତି ରାଜସ୍ଥାନ ଜୟପୁର ଅାଲୁର ଅ˚ଚଳର ଫଜୁଦ୍ଦିନ୍‌ଙ୍କ ପୁଅ ସୋହେଜାଦ୍‌(୩୦) ଓ ଏହି ଅ˚ଚଳର ଫଜରୁଙ୍କ ପୁଅ ରିଜ୍‌ୱାନ୍‌(୨୫)। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଟ୍ରକ୍‌ ନ˚ ଡବ୍ଲ୍ୟୁବି ୩୩ ସି ୦୩୪୦ରେ ଲକ୍ଷ୍ମୀକାନ୍ତ ଚଣ୍ତିଖୋଲରୁ ପଥର ଡଷ୍ଟ ବୋଝେଇ କରି ଜଳେଶ୍ବର ଆସୁଥିବା ବେଳେ ଟାୟାର ପଙ୍କ୍‌ଚର ହୋଇଥିଲା। ସେ ଓ ହେଲ୍‌ପର ବିଶ୍ବଜିତ୍‌ ଘଟଣାସ୍ଥଳରେ ଟାୟାର ବଦଳାଉଥିବା ବେଳେ ତାମିଲନାଡୁ ତରଛି ଅ˚ଚଳରୁ ରବର ବୋଝେଇ କରି ରାଜସ୍ଥାନ ଅଭିମୁଖେ ଯାଉଥିବା ଏକ କଣ୍ଟେନର ପଛରୁ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ଲକ୍ଷ୍ମୀକାନ୍ତ ସହ ବିଶ୍ବଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରବର ବୋଝେଇ କଣ୍ଟେନରର ଡ୍ରାଇଭର ସୋହେଜାଦ୍‌ ଓ ହେଲପର ରିଜ୍‌ୱାନ୍‌ ଏହି ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ସୋର ପୁଲିସ ଖବରପାଇ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ଏକ ଅପମୃତ୍ୟୁ ମାମଲା ନଂ ୪୫୧/୧୮ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।
ସେହିପରି ଚାନ୍ଦୁଆ ଥାନା ଅନ୍ତର୍ଗତ ୧୯ ନମ୍ବର ରାଜ୍ୟ ରାଜପଥ(ଦେଉଳି-ବାରିପଦା)ର ପଦୁଗିରିଶୋଳ ନିକଟରେ ଗତକାଲି ବିଳମ୍ବିତ ରାତିରେ କୌଣସି ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ବାଇକ୍‌ ଆରୋହୀଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ୨ ମୃତଙ୍କ ମଧ୍ୟରୁ ଜଣେ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ଯଦୁନାଥ ଟୁଡ଼ୁ(୩୨) ଏବ˚ ଅନ୍ୟ ଜଣେ ହେଲେ ଉକ୍ତ ଥାନା ଅଧୀନ ବାଇଗଣବାଡ଼ିଆ ଗ୍ରାମର ଯଦୁ ଟୁଡ଼ୁ(୨୭)। ଖବର ଅନୁଯାୟୀ, ଉଭୟେ ଏକ ବାଇକ୍‌(ଓଡି-୧୧ଡି-୮୩୮୪)ଯୋଗେ ଦେଉଳିରୁ ନିଜ ଘରକୁ ଫେରୁଥିବା ବାଟରେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବାପରେ ଜମ୍ଭୀରା ଫାଣ୍ଡିର ପାଟ୍ରୋଲିଂ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଫାଣ୍ଡି ଅଧିକାରୀ ଭବତାରଣ ଘୋଷ, ଚାନ୍ଦୁଆ ଥାନାଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଓ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଥିଲେ। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ିର କୌଣସି ପତ୍ତା ମିଳିନାହିଁ। ପୁଲିସ ଆଜି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା ପଠାଇଛି। ଏ ନେଇ ଚାନ୍ଦୁଆ ଥାନାରେ କେସ୍‌ ନ˚ ୪୩/୧୮ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ା

ସମ୍ବନ୍ଧିତ ଖବର