୬.୨୫କେଜି ଗଞ୍ଜେଇ ଜବତ, ବେପାରୀ ଗିରଫ

ବାଲେଶ୍ୱର: ସିଂଲା ଥାନା ଅଧୀନ ସାର୍ଥା ଗାଁରୁ ୬କେଜି ୨୫୦ଗ୍ରାମ  ଗଞ୍ଜେଇ ସହ ବେପାରୀ ନିତ୍ୟାନନ୍ଦ ଗିରି(୬୨)କୁ ଗିରଫ କରିଛି ଅବକାରୀ ବିଭାଗ। ଆଜି ସକାଳେ ଏକ ଜରି ବ୍ୟାଗରେ ଏହି ଗଞ୍ଜେଇ ନେଇ ଘରକୁ ଯାଉଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ୱର ଅବକାରୀ ବିଭାଗର ଟିମ୍‌ ନିତ୍ୟାନନ୍ଦକୁ କାବୁ କରିଥିଲେ। ଗଞ୍ଜେଇ ଜବତ ହୋଇଥିବା ବେଳେ ୩/୧୮ରେ ନିତ୍ୟାନନ୍ଦକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗର ସୁପରିନ୍‌ଟେଣ୍ଡେଣ୍ଟ ମନୋଜ କୁମାର ସେଠୀଙ୍କ ନିର୍ଦେଶରେ ଏହି ଚଢ଼ଉରେ ଇନ୍‌ସପେକ୍ଟର କରୁଣା ଶଂକର ତିଓ୍ଵାରୀ, ଏସ୍‌ଆଇ କେଶବ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର