ନୀଳଗିରି: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳଗିରି ଥାନା ଅଧୀନ ଶ୍ୟାମସୁନ୍ଦର ପଞ୍ଚାୟତର ଖମୁକୁଟ ପିକନିକ ସ୍ଥାନ ନିକଟରେ ଥିବା ଠାକୁଢ଼ିହିପଦାରେ ଏକ ଫାର୍ମ ହାଉସ ରହିଛି। ସେଠାରେ ୬ଟି ମଇଁଷି ପ୍ରାଣ ହରାଇଥିବାର ଖବର ମିଳିଛି।

Advertisment

ସୂଚନା ଅନୁଯାୟୀ, ଉକ୍ତ ଫାର୍ମ ହାଉସରେ ବିଭିନ୍ନ ପ୍ରକାର ଚାଷ କରାଯାଇଛି। ଫାର୍ମ ହାଉସ ମାଲିକ ଗତକାଲି ଧାନରେ ବିଷ ପକାଇଥିଲେ। ମଇଁଷିଗୁଡିକ ବାଡ଼ ଭାଙ୍ଗି ଧାନ ଖାଇଲା ପରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଅପରପକ୍ଷରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା କୁହାଯାଇଛି। ଖବର ପାଇ ଘଟଣାସ୍ଥଳରେ ଵିଦ୍ୟୁତ ବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ।