ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ଲାଗି ରହିଥିବା ବେଳେ ବଜ୍ରପାତରେ ମଙ୍ଗଳବାର ୬ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ମୃତକ ବାଲେଶ୍ବର ଜିଲ୍ଳାର ବୋଲି ଜାଣିବାକୁ ମିଳିଛି।
୬ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି କେନ୍ଦୁଝର ଜିଲ୍ଳାର ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ଗ୍ରାମର ଗଣେଶ ଜେନା, ବାହାରିପୁର ଗ୍ରାମର ବଲ୍ଲଭ ଜେନା। ସେହିପରି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଦୋଗଡ଼ା ସାପୁଆସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା ଓ ପଣ୍ଡୁଆ ସାହିର ଜଣେ ନାବାଳିକାର ବଜ୍ରପାତରେ ମୃତ୍ୟୁ ଘଟିଥିବା ସୂଚନା ରହିଛି।
ଏପଟେ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଅଞ୍ଚଳର ଲକ୍ଷ୍ମଣନାଥରେ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ଭୋଗରାଇ କାଉବଣିରେ ଜଣେ ବୟସ୍କା ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ଥିବା ବେଳେ ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।