ନୀଳଗିରି: ବାଲେଶ୍ବର ଜିଲ୍ଲାର କୁଲଢ଼ିଆ ବନ ବିଭାଗ କର୍ମଚାରୀମାନେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ବନବିଭାଗର ଗାଡ଼ିଟି ଭାଙ୍ଗି ଚୁର ମାର ହୋଇଯାଇଥିବା ବେଳେ ଗାଡ଼ିଚାଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ରକ୍ଷା ପାଇଗଲେ ୬ ବନ କର୍ମଚାରୀ। ଏହି ସୂଚନା ଦେଇଛନ୍ତି କୁଲଢ଼ିଆ ରେଞ୍ଜର ଅନନ୍ତ କୁମାର ଜେନା।

Advertisment

publive-image
କୁଲଢ଼ିଆ ବନବିଭାଗ ପକ୍ଷରୁ ବନପାଳ ଭାଗ୍ୟଶ୍ରୀ ଦିବେଦୀଙ୍କ ନେତୃତ୍ୱରେ ପଞ୍ଚଲିଙ୍ଗେଶ୍ବର ବିଟ ହାଉସ ଅନ୍ତଗର୍ତ ଗୋଡିଖୋଲା, ଖୁମୁକୁଟ ଅଞ୍ଚଳରେ ରାତି ପ୍ରାୟ ସାଢ଼େ ୧୦ଟାରେ ପେଟ୍ରୋଲିଂ କରୁଥିବା ସମୟରେ କୁଲଢ଼ିଆ ଅଭୟାରଣ୍ୟରୁ ଏକ ଦନ୍ତାହାତୀ ଆସି ବନବିଭାଗ ଗାଡ଼ି ଶୁଣ୍ଢରେ ଠେଲି କେନାଲରେ ପକାଇ ଦେଇଥିଲେ। ଏହି ସମୟରେ ଗାଡ଼ିଚାଳକ ମୁନା ରାଉତ ବାରମ୍ବାର ହର୍ଣ୍ଣ ବଜାଇବା ଯୋଗୁ ହାତୀଟି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଏହି ଆକ୍ରମଣରେ ଗାଡ଼ିଟି ଚୁରମାର ହୋଇଥିଲା ବେଳେ ବନପାଳ ଭାଗ୍ୟଶ୍ରୀ ଦିବେଦୀ, ବନରକ୍ଷୀ ଶଶିକଳାଙ୍କ ସମେତ୪ଜଣ ସବୁଜବାହିନୀ କର୍ମୀ ଆହତ ହୋଇଛନ୍ତି।

ଖବର ପାଇ କୁଲଢ଼ିଆ ରେଞ୍ଜର ଅନନ୍ତ ଜେନା ପହଞ୍ଚି ବନକର୍ମଚାରୀଙ୍କୁ ଚିକିତ୍ସା ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛନ୍ତି। ପ୍ରକାଶ ଥାଉକି ଦନ୍ତା ହାତୀ ପ୍ରତ୍ୟେକ ଦିନ ଉକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ସୁଦ୍ଧା ବନବିଭାଗ କାର୍ଯ୍ୟାନୁଷ୍ଠାନ ନେଉନଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି।