ଖଇରା: ମଙ୍ଗଳବାର ଅପରାହ୍ନ ସମୟରେ ବାଲେଶ୍ବର ଜିଲ୍ଲା ଖଇରା ଥାନା ନୂଆଗାଁ ଓ ବର୍ତ୍ତନା ପଞ୍ଚାୟତ ଅଧୀନ କୁମାରମୌଦା ଗ୍ରାମ ନିକଟରେ ୧୧କେଭି ବିଦ୍ୟୁତ ତାର ଲାଗି ୩ଟି ଗାଈ,୩ଟି ଷଣ୍ଢ ଓ ଗୋଟିଏ ବାଛୁରି ଛୁଆ ମୃତ୍ୟୁବରଣ କରିଛନ୍ତି। ଗୋପାଳକ ଅନାଦି ନାୟକ, କାର୍ତ୍ତିକ ରାଉତ, ବାସନ୍ତି ସିଂଙ୍କୁ କ୍ଷତି ପୁରଣ ପ୍ରଦାନ କରିବା ଲାଗି ଗ୍ରାମବାସୀ ତଥା ଭାଜପା ମଣ୍ଡଳ ସଭାପତି ପତିତପାବନ କର ଟାଟା ପାଓ୍ବାର ନିକଟରେ ଦାବୀ କରିଛନ୍ତି।

Advertisment

ବହୁ ଦିନରୁ ବିଲ ମଝିରେ ତାର ସାମାନ୍ୟ ମାତ୍ର ଝୁଲୁଥିଲା। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗୀୟ ତାଙ୍କ କଥା ଶୁଣୁ ନଥିଲେ। ସୋମବାର ସଂଧ୍ୟରେ ହୋଇଥିବା କାଳବୈଶାଖୀ ଯୋଗୁଁ ବିଦ୍ୟୁତ୍ ଖୁଣ୍ଟି ବଙ୍କା ହେବା ସହ ତାରରେ ଲାଗିଥିବା ଷ୍ଟେ ମଧ୍ୟ ଛିଡ଼ି ଯାଇଥିଲା। ଯାହାଫଳରେ ୧୧କେଭି ତଳକୁ ଖସି ଆସିଥିଲା। କାଳବୈଶାଖୀ ବନ୍ଦ ହେବାପରେ ବିଭାଗୀୟ ବିଭାଗୀୟ କର୍ତ୍ତୃପକ୍ଷ ଉପଯୁକ୍ତ ଢଙ୍ଗରେ ମରାମତି ନ କରିବା ହେତୁ ସେହି ତାରରେ ବିଦ୍ୟୁତ୍ ପ୍ରବାହ ଜାରି ରହିଥିଲା। ଏହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଲୋକମାନେ ଆନ୍ଦୋଳନଙ୍କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।