ବାହାନଗା: ଏକ କଣ୍ଟେନର (ଓଆର୍‌-୦୧-ଏନ୍‌-୫୧୭୮) ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଯାଉଥିଲା। ତେବେ ସେଥିରେ ଗୋରୁ ଥିବା ସନ୍ଦେହ କରି ଭଦ୍ରକର କିଛି ଲୋକ ପିଛା କରିଥିଲେ ଏବଂ ଖନ୍ତାପଡ଼ା ପୁଲିସକୁ ଖବର ଦେଇଥିଲେ। ଖନ୍ତାପଡ଼ା ପୁଲିସ ବେଗୁନିଆ ଓଭର୍‌ବ୍ରିଜ୍‌ ନିକଟରେ ଉକ୍ତ କଣ୍ଟେନରକୁ ଅଟକାଇ ଯାଞ୍ଚ କରିଥିଲେ। ଏହି ସମୟରେ ସେଥିରେ ଗୋରୁ ଥିବା ଦେଖିବାକୁ ମିଳିଥିଲା।

Advertisment

ପୁଲିସ ୭୫ଟି ଗୋରୁ ଉଦ୍ଧାର କରି ବାମପଦାସ୍ଥିତ ମା’ ଭାରତୀ ଗୋଶାଳାକୁ ପଠାଇଥିଲା। ସେଗୁଡ଼ିକ ମଧ୍ୟରୁ ୧୫ଟି ଗୋରୁ ଗୁରୁତର ଥିଲେ। ସେହିପରି କଣ୍ଟେନରଟିକୁ ଜବତ କରିବା ସହ ଡ୍ରାଇଭର୍‌ ସାଇରୁଦ୍ଧିନ ଖାନ ଏବଂ ସହଯୋଗୀ ଇରଫାନ ଖାନଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି।