ସୋର: ବାଲେଶ୍ଵର ଜିଲ୍ଲା ଖଇରାକୁ ଏନଏସି ମାନ୍ୟତା ଦାବିରେ ସ୍ବାଭିମାନ ମଞ୍ଚ, ବିଜେପି ଓ ବିଭିନ୍ନ ସଂଗଠନ ପକ୍ଷରୁ ୯ ଘଣ୍ଟିଆ ଖଇରା ବନ୍ଦ ଡାକରା ଦିଆ ଯାଇଛି। ସକାଳ ୬ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ଦୋକାନ ଛାଡ଼ିଦେଲେ ସବୁ ବନ୍ଦ ରହିଛି। ସକାଳ ୬ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ଦୋକାନ ଛାଡ଼ି ଦେଲେ ସବୁ ବନ୍ଦ ରହିଛି।
ବର୍ତ୍ତମାନ ରାଜ୍ୟରେ ୩୫ଟି ନୂଆ ଏନଏସି ଗଠନ କରାଯାଇଥିଲେ ମଧ୍ୟ ଖଇରାକୁ ଏଥିରୁ ବାଦ ଦିଆଯାଇଛି। ଏନଏସି ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଥିଲେ ମଧ୍ୟ କାହିଁକି ବାଦ ଦିଆଗଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ତେଣୁ ଏହାର ପ୍ରତିବାଦରେ ସ୍ବାଭିମାନୀ ଖଇରା ମଞ୍ଚର ସଭାପତି ପ୍ରଶାନ୍ତ କୁମାର ବେହେରା ଓ ସଂପାଦକ ମାନସ କୁମାର ମହାପାତ୍ରଙ୍କ ନେତୃତ୍ବରେ ସକାଳ ୬ଟାରୁ ଖଇରା ଥାନା ସମ୍ମୁଖରେ ସୋର-କୁପାରୀ ରାସ୍ତା ଉପରେ ବିକ୍ଷୋଭକାରୀମାନେ ବସି ରହିଛନ୍ତି। ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ଅଛି। ତେବେ ଦଶମ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଏହି ବନ୍ଦ ଡାକରାକୁ ବିଳମ୍ବରେ ଆରମ୍ଭ କରାଯିବ ବୋଲି ଖଇରା ମଣ୍ଡଳ ସଭାପତି ରାଜେଶ କୁମାର ରାଉତ ପ୍ରକାଶ କରିଛନ୍ତି।