Advertisment

ବାଲେଶ୍ବର:  ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ପ୍ରସ୍ତୁତ କରିଆସୁଛି ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର-"ଅବିକା କ୍ୟାଲେଣ୍ଡର"  । ଓଡିଶାରେ ଅନୁଗୁଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଆଦି ପ୍ରମୁଖ ସହର ମାନଙ୍କରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ସହିତ ଅଡିସନ ମଧ୍ୟ ଆରମ୍ଭ  ହୋଇଯାଇଛି ।  ଗତକାଲି(୨୨ ସେପ୍ଟେମ୍ବର ୨୦୨୪) ସ୍ଥାନୀୟ ନାଚ୍ ଡାନ୍ସ ଏକାଡେମୀ ବାଲେଶ୍ଵରଠାରେ ଅବିକା ୨୦୨୫ କ୍ୟାଲେଣ୍ଡରର ଅଡିସନ ସିଜିନ-୫ ଅନୁଷ୍ଠିତ ହୋଇଯାଇଅଛି । ଅବିକାର ଏହି ବାଲେଶ୍ଵର ଅଡିସନରେ ନାଚ୍ ଅନୁଷ୍ଠାନର ନିର୍ଦ୍ଦେଶିକା ରୋନାଲିସା ପଣ୍ଡା, ମଡେଲ ଡାକ୍ତର ଶିଖା ଚୌଧୁରୀ, ଶିକ୍ଷାବିତ୍ ତଥା ସମାଜସେବୀ ସତ୍ୟମ୍ କୁମାର ମିଶ୍ର ଏବଂ ଅବିକାର ନିର୍ଦେଶକ ଅବିନାଶ ସାହୁ ଜୁରୀ ଏବଂ ଅତିଥି ଭାବେ ଯୋଗଦେଇଥିଲେ । ବାଲେଶ୍ବର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଯୋଗୀ ଏହି ଅଡିସନରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଅତିଥିମାନଙ୍କୁ ମୟୁର ଚନ୍ଦ୍ରିକା, ଟଗର ଫୁଲ ଗଛ ଉପହାର ଏବଂ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା । ଅବିକା ଫେସ୍ ଅଫ୍ ବାଲେଶ୍ଵରର ଫଳାଫଳ ମଧ୍ୟ ଘୋଷଣା ହୋଇଥିଲା । ସାନ୍ଭି ପାଣି ପ୍ରଥମ, ସାଇ ପ୍ରିୟାଂସ ଦାସ ଦ୍ଵିତୀୟ ଏବଂ ତୃତୀୟରେ ଇପ୍ସିତା ନନ୍ଦ ଓ ହର୍ଷିତା ରାଣୀ ବେହେରା ସ୍ଥାନ ଗ୍ରହଣ କରିଥିଲେ । ସେମାନଙ୍କୁ ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେରେ ସମ୍ମାନିତ କରାଯିବ ବୋଲିି ଅବିକାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।