ବସ୍ତା-୨: ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ୧୬ ନମ୍ୱର୍ ଜାତୀୟ ରାଜପଥ ଆଜି ଭୋର ସମୟରେ ଜୁକନଣ୍ଡି ଛକ ନିକଟରେ ପାଇପ ବୋଝେଇ ପିକଅପକୁ ପଛ ପଟୁ ଧକ୍କା ଦେଇଥିଲା କଲର ବୋଝେଇ ଟ୍ରକ। ଏହାଫଳରେ ପିକଅପ ଚାଳକ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ପିକଅପ  ପାଇପ ବୋଝେଇ କରି ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଜୁକନଣ୍ଡି ଛକ ନିକଟରେ ପଛରୁ ଏକ କଲର ବୋଝେଇ ଟ୍ରକ  ଉକ୍ତ ପିକଅପକୁ ଧକ୍କା ଦେଇଥିଲା। ଫଳରେ ପିକଅପ ଚାଳକ ଗୁରୁତର ହୋଇଥିଲେ ।

Advertisment

ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ପିକଅପ ଚାଳକଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାକୁ ପଠେଇଥିବା ବେଳେ ଖବର ପାଇ ରୁପ୍ସା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।