ବସ୍ତା-୨: ପଶ୍ଚିମବଙ୍ଗକୁ ଟ୍ରକରେ ଷଣ୍ଢ ଚୋରାଚାଲାଣ ବେଳେ ବାଲେଶ୍ୱର ଜିଲ୍ଲା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଗୁଡିଖାଳ ଛକ ନିକଟରେ ଭାରସାମ୍ୟ ହରାଇ କାରକୁ ପଛପଟୁ ଧକ୍କା ଦେଲା ଷଣ୍ଢ ବୋଝେଇ ଟ୍ରକ। ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ସମେତ ୪ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ହେଲପରକୁ କାବୁ କରି ଦଉଡ଼ିରେ ବାନ୍ଧି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ ।

Advertisment

ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବାଲେଶ୍ବର ପଟୁ ଗୋଟିଏ ଟ୍ରକରେ କିଛି ଷଣ୍ଢ ଏବଂ ଗାଈ ବୋଝେଇ କରି ପଶ୍ଚିମବଙ୍ଗକୁ ଯାଉଥିବା ସମୟରେ ଟ୍ରକ ଟି ଭାରସାମ୍ୟ ହରାଇ ୧୬ ନମ୍ବର ଜାତୀୟ ରାଜପଥର ଗୁଡିଖାଳ ଛକ ନିକଟରେ ସାମ୍ନାରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ସମେତ ୪ ଜଣ ଫେରାର ହୋଇଥିବା ବେଳେ ହେଲପରକୁ କାବୁ କରି ସ୍ଥାନୀୟ ଲୋକେ ନିର୍ଦ୍ଧୁମ ଛେଚିଥିଲେ। ପରେ ବସ୍ତା ଥାନା ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୁଲିସକୁ ଖବର ଦେଇଥିଲେ।

ବସ୍ତା ଓ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଷଣ୍ଢ ଏବଂ ଗୋଟିଏ ଗାଈକୁ ଉଦ୍ଧାର କରିବା ସହ କାର ଏବଂ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏକ ସପ୍ତାହ ମଧ୍ୟରେ ବସ୍ତା ଥାନା ଛଚୀନା ଠାରେ ବିଳମ୍ୱିତ ରାତ୍ରିରେ କିଛି ଦୁର୍ବୃତ୍ତ ପଶ୍ଚିମବଙ୍ଗର ଏକ ଟ୍ରକରେ ସ୍ଥାନୀୟ କିଛି ଷଣ୍ଢଙ୍କୁ ଧରି ନେଉଥିବା ସମୟରେ ସ୍ଥାନୀୟ ଲୋକ ଜାଣି ତାଙ୍କୁ ଧରିବା ସହିତ ବସ୍ତା ପୁଲିସରେ ଜିମା ଦେଇଥିଲେ। ତେବେ ବସ୍ତା ଅଞ୍ଚଳର ଏଭଳି ଏକ ରାକେଟ କାମ କରୁଥିବା ବେଳେ କିଏ ଏମାନଙ୍କୁ ସାହାଯ୍ୟ କରୁଛି ତାହାର ସଠିକ୍ ତଦନ୍ତ ହେଲେ ସତ୍ୟତା ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।