ନୀଳଗିରି: ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଗାଈକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟିଛି ପିକଅପ ଭ୍ୟାନ। ଏକ ମହିନ୍ଦ୍ରା ପିକ ଭ୍ୟାନ ଯାହାର ନମ୍ବର (ଓଡି-୦୧-ଡି-୩୯୯୪) ଶେରଗଡ଼ ଝରଣଘାଟି ୧୯ ନମ୍ବର ରାଜ୍ୟ ରାଜପଥର ଗରିଡିହି ଛକ ଠାରେ ଗାଈକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଛି।

Advertisment

ଘଟଣାସ୍ଥଳରେ ଉକ୍ତ ଗାଈଟିର ମୃତ୍ୟୁ ହୋଇଛି। ଗାଈଟି ଉକ୍ତ ଗ୍ରାମର ଚୈତନ୍ୟ ନାୟକଙ୍କର ବୋଲି ଜଣାଯାଇଛି। ଗାଈଟି ୨ ମାସ ହେବ ଏକ ଶାବକକୁ ଜନ୍ମଦେଇଥିଲା ।ଗାଈଟିର ମୃତ୍ୟୁ ହେବାରୁ ପରିବାରବର୍ଗ ଗଭୀର ଶୋକପ୍ରକାଶ କରିଛନ୍ତି। ଭ୍ୟାନଟି ସୋରରୁ କପ୍ତିପଦା ଅଭିମୁଖେ ଯାତ୍ରା କରୁଥିଲା। ଉକ୍ତ ଦୁର୍ଘଟଣାରେ ସମ୍ପୃକ୍ତ ଗାଡ଼ିଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।