ନୀଳଗିରି: ନୀଳଗିରି ଉପଖଣ୍ଡ ସନ୍ତରାଗଡ଼ିଆରୁ ବିଦୁ ରାସ୍ତାର ଵାରାକୋଇଲି ଛକ ନିକଟରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଚାଳକ ପ୍ରଶାନ୍ତ ନାୟକ ବ୍ୟାଙ୍କକୁ ଖାତା ଆଣିବାକୁ ଯିବା ସମୟରେ ସନ୍ତରାଗଡ଼ିଆରୁ ବିଦୁ ଅଭିମୁଖେ ଯାଉଥିବା ବେଳେ ଅପର ପାର୍ଶ୍ଵରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲେ। ପରେ ଘଟଣା ସ୍ଥଳରେ ବାଇକ୍ ଚାଳକ ପ୍ରଶାନ୍ତ ନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ସାଙ୍ଗ ପ୍ରଶାନ୍ତ ବେହେରା ଗୁରୁତର ହୋଇଥିବା ଜଣାପଡ଼ିଛି।

Advertisment

ଈଶ୍ୱରପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ପ୍ରଶାନ୍ତ ବେହେରାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।