ନୀଳଗିରି: ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନା ଅଞ୍ଚଳରେ ଆଜି ସକାଳେ ଏକ ୧୦୮ ଆମ୍ବୁଲାନ୍ସ୍ ଦୁର୍ଘଟଣାର ଶିକାର ହୋଇଥିବାର ଖବର ମିଳିଛି। ଏହାଫଳରେ ସେଥିରେ ଥିବା ଗାଡ଼ିଚାଳକ ଏବଂ ଜଣେ ଫାର୍ମାସିଷ୍ଟ୍ ଗୁରୁତର ଆହତ ହୋଇଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ନୀଳଗିରିର ଏକ ୧୦୮ ଆମ୍ବୁଲାନ୍ସ୍ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ଛାଡ଼ିବାକୁ ଯାଇଥିଲା। ସେଠାରେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ଉକ୍ତ ୧୦୮ ଆମ୍ବୁଲାନ୍ସ୍ ୧୯ ନମ୍ବର ରାଜ୍ୟ ରାଜପଥରେ ଥିବା ନୀଳଗିରି ଥାନା ଅନ୍ତର୍ଗତ ଆମ୍ବୁଡ଼ିଆ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ୍ ସମୟରେ ଘଟିଛି।
କୁହାଯାଉଛି ଯେ୧୦୮ ଆମ୍ବୁଲାନ ଭାରସାମ୍ୟ ହରାଇ ଏକ ଅର୍ଜୁନ ଗଛରେ ପିଟି ହୋଇଥିଲା। ଗାଡ଼ିଚାଳକଙ୍କ ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏଥିରେ ଗାଡ଼ିଚାଳକ ଓ ଫାର୍ମାସିଷ୍ଟ୍ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଦୁଇ ଗୁରୁତରଙ୍କୁ ପ୍ରଥମେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିିଲା।/sambad/media/post_attachments/wp-content/uploads/2019/12/nilagiri-PS.jpg)
ତା’ପରେ ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଗୁରୁତର ଗାଡ଼ିଚାଳକଙ୍କ ନାମ ଖଗେନ୍ଦ୍ର ମହାଳିକ ଏବଂ ତାଙ୍କ ଘର ନୀଳଗିରି ଥାନାର କାଠପାଳ ଗାଁରେ ବୋଲି ଜଣାଯାଇଛି। ତାଙ୍କର ବୟସ ୩୦ ବର୍ଷ। ଅପରପକ୍ଷରେ ଫାର୍ମାସିଷ୍ଟଙ୍କ ନାମ ଯୋଗେନ୍ଦ୍ର ମହାନ୍ତ ଏବଂ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଗାଁରେ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/acc.jpg)