ସୋର: ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଟ୍ରକ ସହ ଏକ ଟ୍ରାଭେଲର ଗାଡ଼ିର ଧକ୍କା ହେବା ଫଳରେ ୧୬ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।

Advertisment

ସୂଚନା ଅନୁସାରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ କୌଣସି ଏକ କାମରେ ଯୋଗ ଦେବା ପାଇଁ ଭୁବନେଶ୍ୱରରୁ ଏକ ଓଡି ୦୨ବିସି ୪୮୭୭ ନମ୍ବର ବିଶିଷ୍ଟ ଏକ ଟ୍ରାଭେଲର ମିନି ବସରେ ୧୨ ଜଣ ଝିଅ ଓ ୪ ଜଣ ପୁଅ ଯାଉଥିବା ବେଳେ ୧୬ନମ୍ବର ଜାତୀୟ ରାଜପଥ ବିଦୁ ନିକଟରେ ସାମ୍ନା ପଟୁ ଆସୁଥିବା ଓଡି ୦୧ଏ ୨୬୩୦ ନମ୍ବର ବିଶିଷ୍ଟ ଏକ ଡମ୍ପରକୁ ଧକ୍କା ଦେଇଥିଲା।

ଫଳରେ ଟ୍ରାଭେଲରରେ ଥିବା ୧୬ ଜଣ ଯାତ୍ରୀଙ୍କ ସମେତ ଗାଡ଼ିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ସେଠାରୁ ୨ ଜଣ ବାଲେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି।