ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ସକାଳେ ଏକ ଦୁର୍ଘଟଣା ଘଟିଛି। ସେଠାରେ ତୀର୍ଥଯାତ୍ରୀ ବସ ଆଗରେ ଛିଡା ହୋଇଥିବା ଏକ ଟ୍ରକକୁ ଧକା ଦେବା ଫଳରେ ୨୧ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୨୭ ତାରିଖରେ ନେପାଳ ବାଙ୍କେ ଜିଲ୍ଲାରୁ ୟୁପି ୩୨ପିଏନ ୭୬୧୬ ନମ୍ବର ବିଶିଷ୍ଟ ଏକ ବସରେ ୨୪ ଜଣ ମହିଳା ଓ ୩୭ ଜଣ ପୁରୁଷ ଲୋକ ତୀର୍ଥଯାତ୍ରାରେ ବାହାରିଥିଲେ। କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଆଜି ସକାଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟସ୍ଥ ମନୋରଞ୍ଜନ ଢ଼ାବା ସମ୍ମୁଖରେ ଛିଡା ହୋଇଥିବା ଏକ ଟ୍ରକ ପଛରୁ ବସଟି ଧକା ଦେଇଥିଲା। ଫଳରେ ଟ୍ରକରେ ଥିବା ୬୧ ଜଣଙ୍କ ମଧ୍ୟରୁ ୨୧ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିଲା।

ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ ସେଠାରେ ମହେଶ ରାଜପୁତ, ଜଗରାମ ଯାଦବ, ଗୁଡ଼ିଆ କମରିଆ ପାଲ, ଜଗରାଣା ଯାଦବ, ହନେଇ ସମର, ଧେନ୍ଦୀ ଚମାର, କୈଳାସ ପାଲ ଓ ଶାନ୍ତି ଦେବୀଙ୍କ ସମେତ ୨୦ ଜଣ ସାମାନ୍ୟ ଆହତଙ୍କୁ ଚିକିତ୍ସିତ କରାଯାଇଥିବା ବେଳେ ବସ ଡ୍ରାଇଭର ରାଜୁ ଗୁପ୍ତା ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।