ଭାରସାମ୍ୟ ହରାଇ ଓଲଟିଲା ତିର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ତଳନଗର ନିକଟରେ ଆଜି ଭୋର ୩:୩୦ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ନୟନଜୋରିରେ ଏକ ତିର୍ଥଯାତ୍ରୀ ବସ୍ ଓଲଟିବାରୁ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଛନ୍ତି। ମମତାଜ୍ ନାମକ ଘରୋଇ ବସଟି ପଶ୍ଚିମବଙ୍ଗ ଚବିସପ୍ରଗଣା କାଚାରି ଅଞ୍ଚଳରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ସୋର ତଳନଗର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଖବର ପାଇ ସୋର ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୫ଟି ଆମ୍ବୁଲାନ୍ସ ଯୋଗେ ଆହାତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଅଣା ଯାଇଥିଲା।  ଏହି ଦୁର୍ଘଟଣାରେ ୩୦ ଜଣରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଥିବା ବେଳେ ୧୪ ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର