ବାଲେଶ୍ବର ଜିଲ୍ଲାର ଖନ୍ତାପଡ଼ା ଥାନା ଅଞ୍ଚଳରେ ଦୁଇଟି ଦୁର୍ଘଟଣା, ଜଣେ ପ୍ରବାସୀ ଶ୍ରମିକ ଓ ଜଣେ ଟ୍ରକ୍ ଚାଳକଙ୍କ ମୃତ୍ୟୁ

ବାହାନଗା: ଆଜି ଭୋର୍ ସମୟରେ ବାଲେଶ୍ବର ଜିଲ୍ଲାର ଖନ୍ତାପଡ଼ା ଥାନା ଅଞ୍ଚଳରେ ଦୁଇଟି ଦୁର୍ଘଟଣା ଘଟିଥବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଖନ୍ତାପଡ଼ା ଥାନା ଅଞ୍ଚଳରେ ଥିବା ଫାଲକନ୍ ମେରାଇନ୍ ଆକ୍ବା ଏକ୍ସପୋର୍ଟ ଲିମିଟେଡ୍ ଆଗରେ ଏକ ଛିଡ଼ା ହୋଇଥିବା ଟ୍ରକ( ନଂ-ଏପି ୩୭ଟିଏ ୫୬୬୭) କୁ ପଛରୁ ଏକ ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍ (ନଂ-ଓଡି ୦୪ ଏନ୍ ୯୩୯୫)କୁ ଧକ୍କା ଦେଇଥିଲା। ଏହା ଫଳରେ ଲୁହା ପ୍ଲେଟ୍ ବୋଝେଇ ଟ୍ରକରେ ବସିଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିରେ ଟ୍ରକ ଚାଳକ ଗୁରୁତର ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

ସେହିପରି ଖନ୍ତାପଡ଼ା ଥାନା ଅଞ୍ଚଳରେ ଥିବା ପଣପଣା ନିକଟରେ କୋଲକାତାରୁ ପ୍ରବାସୀ ଶ୍ରମିକଙ୍କୁ ଛାଡ଼ି ଭୁବନେଶ୍ୱର ଫେରୁଥିବା ବେଳେ ଏକ ବସ୍ (ନଂ-ଓଡି ୦୨ ବିଏଚ୍ ୬୬୧୧) ସହ ଏକ ଟ୍ରକ୍ (ନଂ-ଓଡି ୦୫ କ୍ୟୁ-୨୬୭୪) ର ମୁହାଁମୁହିଁ ଧକ୍କା ହୋଇଥିଲା। ଭୋର ସାଢେ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଟ୍ରକ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ବସ୍ ଡ୍ରାଇଭର ଗୁରୁତର ହୋଇଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର