ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

ନୀଳଗିରି : ନୀଳଗିରି ମାନ୍ୟବର ସହକାରୀ ଦୌରାଜଜ୍‌ ପ୍ରଜ୍ଞାପାରମିତା ରାଉଳ ଅଶାଳୀନ ବ୍ୟବହାର ଓ ଆକ୍ରମଣ ଘଟଣାରେ ୧୧ଜଣ ସାକ୍ଷୀଙ୍କ ବୟାନ ଓ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତକୁ ୫ବର୍ଷ ଜେଲ୍‌ ସହ ୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ହେଉଛି ନୀଳଗିରି ଥାନା ଅଧୀନ ମିତ୍ରପୁର ଚଇତା ସାହି ଗ୍ରାମର ଗଜେନ୍ଦ୍ର ସିଂ(୪୩)। ସୂଚନା ଅନୁଯାୟୀ, ୨୦୧୬ ଜୁଲାଇ ୩୧ ରାତିରେ ଉକ୍ତ ଗାଁର ଲକ୍ଷ୍ମୀଧର ମଲିକଙ୍କ ପତ୍ନୀ ଓ ଝିଅ ବାରଣ୍ଡାରେ ଶୋଇଥିବା ବେଳେ ଗଜେନ୍ଦ୍ର ବାଡ଼ ଭାଙ୍ଗି ପଶି ମା’-ଝିଅଙ୍କୁ ଅଶାଳୀନ ବ୍ୟବହାର କରିଥିଲା। ଏଥିରେ ସେମାନେ ପ୍ରତିବାଦ କରିବାରୁ ଅଭିଯୁକ୍ତ ସେମାନଙ୍କୁ ଆକ୍ରମଣ କରିଥିଲା। ପାଟିତୁଣ୍ଡ ଶୁଣି ପଡ଼ୋଶୀମାନେ ଉଠି ଗଜେନ୍ଦ୍ରକୁ କାବୁ କରି ଥାନାରେ ଜିମା ଦେଇଥିଲେ। ଲକ୍ଷ୍ମୀଧରଙ୍କ ଅଭିଯୋଗ କ୍ରମେ ନୀଳଗିରି ପୁଲିସ କେସ୍‌ ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ମାନ୍ୟବର ଦୌରା ଜଜ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଡିିସନାଲ ପିପି ଅମରେନ୍ଦ୍ର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର