ସୋର: ପୁଲିସ ପକ୍ଷରୁ ବାଣ ନିଷ୍କ୍ରିୟତା ବେଳେ ଲୋକଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସୋର ଥାନା ରାଧିକାନଗର ଗ୍ରାମରେ।
ଆହୁରି ପଢ଼ନ୍ତୁ: Bjp Will Win: ନବୀନ ଓହ୍ଲାଇଲେ ବି କିଛି ଫରକ୍ ପଡ଼ିବନି, ନୂଆପଡ଼ାରେ ବିଜେପିର ବିଜୟ ହେବ: ଜୟନାରାୟଣ ମିଶ୍ର
ସୂଚନା ଅନୁସାରେ ସୋର ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ମାତ୍ରାରେ ବାଣ ଜବତ କରାଯାଇଥିଲା। ଆଜି ମଧ୍ୟାହ୍ନରେ ଉକ୍ତ ଜବତ ବାଣକୁ ନିଷ୍କ୍ରିୟ ପାଇଁ ସୋର ପୁଲିସ ସୋର ଅଗ୍ନିଶମ ବିଭାଗ ସହଯୋଗରେ ରାଧିକାନଗର ନିକଟରେ ଥିବା ଏକ ଖୋଲା ପଡ଼ିଆକୁ ଯାଇଥିବା ବେଳେ ସେଠାରେ କିଛି ବାଣକୁ ପୋତା ଯାଇଥିବା ବେଳେ ଅନେକ ବାଣରେ ନିଆଁ ଲଗାଯାଇଥିଲା। ଯାହାଦ୍ୱାରା ହୋଇଥିବା ଶବ୍ଦରେ ସ୍ଥାନୀୟ ଅଂଚଳ ହୁଲୁସ୍ତୁଲ ହେବା ସହ ଗ୍ରାମର ଚାରିଜଣଙ୍କ ଘର ଝରକା ଭାଙ୍ଗିଥିଲା। ଓ କିଛି ଲୋକଙ୍କ କାନ୍ଥ ଫାଇଥିବା ଜଣାପଡିଛି। ପୁଲିସର ଏପରି କାର୍ଯ୍ୟକୁ ସାଧରଣରେ ନାପସନ୍ଦ କରିବା ସହିତ କ୍ଷତିପୂରଣ ପାଇଁ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: Pm Modi Diwali: ଆଲୋକର ପର୍ବ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Balasore | Diwali
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/20/soro-2025-10-20-14-58-53.jpg)